ଓଡିଶା

odisha

ETV Bharat / state

ଇସ୍ରୋ ଯିବେ ବାଲେଶ୍ବରର ସୁନା ପୁଅ ଆଲୋକ

ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ। ମାନସିକ ସ୍ତରରେ ଥରେ ପ୍ରସ୍ତୁତ ହୋଇଗଲେ ଜୀବନର ସବୁ ବାଜି ଜିତିହୁଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପ୍ରହରାଜପୁର ଗ୍ରାମର ଆଲୋକ।

By

Published : Mar 16, 2019, 7:01 PM IST

Updated : Mar 17, 2019, 8:51 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ। ମାନସିକ ସ୍ତରରେ ଥରେ ପ୍ରସ୍ତୁତ ହୋଇଗଲେ ଜୀବନର ସବୁ ବାଜି ଜିତିହୁଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପ୍ରହରାଜପୁର ଗ୍ରାମର ଆଲୋକ। ଆଲୋକ ଏବେ ଯୁକ୍ତ 3ର ଛାତ୍ର। ହେଲେ ଏହି ବୟସରେ ସେ ହାସଲ କରିଛନ୍ତି ଇସ୍ରୋର ବୈଜ୍ଞାନିକ ହେବାର ଯୋଗ୍ୟତା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ୱର

ପିଲାଟି ବେଳୁ ବୈଜ୍ଞାନିକ ହେବାର ଇଚ୍ଛା ରଖିଥିଲେ ଆଲୋକ। ମାତ୍ର ଚାଷୀ ପରିବାରର ପୁଅ ହୋଇଥିବାରୁ ସେମିତି ସୁଯୋଗ ମିଳିନଥିଲା। ବାପା,ମାଆ ପୁଅକୁ ଡାକ୍ତର କରାଇବା ପାଇଁ ଇଚ୍ଛା ରଖି ଏକ କୋଚିଂ ସେଣ୍ଟରରେ ଆଡ଼ମିସନ କରାଇଥିଲେ। ମାତ୍ର ଆଲୋକଙ୍କୁ ଡାକ୍ତର ନୁହେଁ ବରଂ ବୈଜ୍ଞାନିକ ହେବାର ଇଚ୍ଛା ମନ ଭିତରେ ଜମାଟ ବାନ୍ଧି ରଖିଥିଲା।

ସେ ହଷ୍ଟେଲ ଛାଡି ପଳାଇଥିଲେ ଓ ବୈଜ୍ଞାନିକ ହେବାର ସ୍ବପ୍ନ ଦେଖିବାକୁ ଲାଗିଥିଲେ। ଇସ୍ରୋ ପକ୍ଷରୁ ଯୁବ ବୈଜ୍ଞାନିକ ପାଇଁ ଆବେଦନ ପତ୍ର ଆହ୍ବାନ କରାଯାଇଥିଲା। ସାରା ଦେଶରୁ 7ଲକ୍ଷ ପିଲା ଆବେଦନ କରିଥିଲେ। 7 ଲକ୍ଷରୁ ପ୍ରଥମ ପର୍ଯ୍ୟାୟରେ 100 ଜଣଙ୍କୁ ଚୟନ କରାଯାଇଥିଲା। ଏଥିରେ ଆଲୋକ 16 ନମ୍ବର ସ୍ଥାନରେ ରହିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋକ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ରହିଥିଲେ। ପାଠପଢ଼ାର 4 ବର୍ଷ ଭିତରେ ଆଲୋକ ଇସ୍ରୋ, ନାସା, ଭାବା ଓ ଋଷର ବୋର୍ଡ ପାର୍ଟିକଲରେ ତାଲିମ ନେବେ। ତାଲିମ ନେବାପରେ ସେ ନାସାରେ ଯୁବ ବୈଜ୍ଞାନିକ ଭାବେ ଯୋଗ ଦେବେ ବୋଲି ଆଲୋକ କହିଛନ୍ତି। 4 ବର୍ଷ ଭିତରେ ପ୍ରତି ଜୁନ ମାସରେ ଆଲୋକ ତାଲିମ ପାଇଁ ଯିବେ।

ଆଲୋକଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର, ଶିକ୍ଷାନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି। ଏକ ଚାଷୀ ପରିବାରରୁ ଇସ୍ରୋ ପର୍ଯ୍ୟନ୍ତ ଯିବା ପାଇଁ ଆଲୋକଙ୍କୁ ଅନେକ ଘାତ ପ୍ରତିଘାତ ସହିବାକୁ ପଡିଛି ବୋଲି ସେ କହିଛନ୍ତି। ଆଜି ଆଲୋକଙ୍କୁ ନେଇ ଭୋଗରାଇ ତଥା ବାଲେଶ୍ବର ଜିଲ୍ଲା ଗର୍ବିତ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 17, 2019, 8:51 AM IST

ABOUT THE AUTHOR

...view details