ବାଲେଶ୍ବର: ବିକାଶ ଦୁର୍ନୀତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ। ପୌର ନିର୍ବାଚନ ପୂର୍ବରୁ ବାଲେଶ୍ଵରରେ ହେଉଥିବା ଦୁର୍ନୀତିକୁ ନେଇ ଶାସକ ଦଳ ଉପରେ ବର୍ଷିଛି ଜିଲ୍ଲା ବିଜେପି। ଜିଲ୍ଲାରେ ଲାଗି ରହିଥିବା ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି। ଦଳର ବରିଷ୍ଠ ନେତା ଜୀବନ ପ୍ରଦୀପ ଦାଶଙ୍କ ପ୍ରତିନିଧିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା।
ପୌର ନିର୍ବାଚନ ପୂର୍ବରୁ ବିଜେଡିକୁ ଟାର୍ଗେଟ କଲା ବିଜେପି
ବିକାଶ ଦୁର୍ନୀତି ନେଇ ଶାସକ ଦଳ ଉପରେ ବର୍ଷିଲା ଜିଲ୍ଲା ବିଜେପି। ଅଧିକ ପଢ଼ନ୍ତୁ
ପୌର ନିର୍ବାଚନ ପୂର୍ବରୁ ବିଜେଡିକୁ ଟାର୍ଗେଟ କଲା ବିଜେପି
ବାଲେଶ୍ଵରକୁ କର୍ପୋରେସନ କରିବା ନେଇ ବିଜେପି ପକ୍ଷରୁ ବହୁବାର ଦାବି କରାଯାଇଛି। ମାତ୍ର ଏହାକୁ ନେଇ ସରକାର ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି ଜୀବନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏହାସହ ବାଲେଶ୍ଵର ମ୍ୟୁନିସିପାଲିଟିରେ ଥିବା ୱାର୍ଡ ଗୁଡିକର ବିକାଶ ପାଇଁ ଆସିଥିବା ଅର୍ଥ ସଠିକ ବିନିଯୋଗ କରାଯାଇ ନଥିବା ଅଭିଯୋଗ ହୋଇଛି। ତେଣୁ ପୌର ନିର୍ବାଚନ ପୂର୍ବରୁ ବାଲେଶ୍ଵରକୁ କର୍ପୋରେସନ କରିବା ସହ ବିକାଶ ପାଇଁ ଆସିଥିବା ଅର୍ଥର ହିସାବ ମାଗିଛି ଜିଲ୍ଲା ବିଜେପି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ