ଓଡିଶା

odisha

କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନ; ସାମ୍ବାଦିକ ସମ୍ମିଳନୀ ଡାକି ନିନ୍ଦା କଲେ ଜୁଏଲ

By

Published : Oct 30, 2020, 12:48 PM IST

ପାରମ୍ପରିକ ବିରୋଧୀ ଦଳ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିନ୍ଦା କରିଛନ୍ତି । ଅଧିକ ଖବର ପଢନ୍ତୁ...

କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନ; ସାମ୍ବାଦିକ ସମ୍ମିଳନୀ ଡାକି ନିନ୍ଦା କଲେ ଜୁଏଲ
କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନ; ସାମ୍ବାଦିକ ସମ୍ମିଳନୀ ଡାକି ନିନ୍ଦା କଲେ ଜୁଏଲ

ବାଲେଶ୍ଵର: ଉପନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ବଳ କଷିବାରେ ବ୍ୟସ୍ତ ରାଜନୈତିକ ଦଳ । ସେଥିମଧ୍ୟରୁ ପାରମ୍ପରିକ ବିରୋଧୀ ଦଳ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ନିର୍ବାଚନୀ ରାଲିରେ ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତି ଓ ବୟାନବାଜୀକୁ ଦେଉଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନ; ସାମ୍ବାଦିକ ସମ୍ମିଳନୀ ଡାକି ନିନ୍ଦା କଲେ ଜୁଏଲ

ଏହି ନିର୍ବାଚନ ଏକ ସୁଯୋଗ ବୋଲି ମନ୍ତ୍ରୀଙ୍କ ବୟାନ ଓ କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ବୟାନକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିନ୍ଦା କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ରାଲି କରିଥିବା ବେଳେ ନିଜ ଦଳର ନେତାଙ୍କ ଏମିତି ବୟାନ ବାଜି ଉପରେ କୌଣସି ମତ ରଖିଲେ ନାହିଁ କିମ୍ବା ଅନୁତାପ ମଧ୍ୟ କଲେ ନାହିଁ ବୋଲି ଜୁଏଲ କହିଛନ୍ତି ।

ସେହିପରି ବାଲେଶ୍ବରର ଦାୟିତ୍ବ ନେବା କଥା ମୁଖ୍ୟମନ୍ତ୍ରୀ ନିଜ ଭର୍ଚୁଆଲ ରାଲିରେ କହିଥିବା ବେଳେ ପୂର୍ବରୁ ମଧ୍ୟ ବିଜେପୁର, ବିରମହାରାଜପୁର ଆଦି ଅଞ୍ଚଳର ଦାୟିତ୍ବ ନେବାକଥା କହିଥିଲେ । ହେଲେ କଣ କରିଛନ୍ତି ବୋଲି ଜୁଏଲ ପ୍ରଶ୍ନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details