ଓଡିଶା

odisha

ETV Bharat / state

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା; ଏସପିଙ୍କ ବଦଳି ଦାବିରେ ବିଜେପି

ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ବିଗୁଡୁଛି ଆଇନ ବ୍ୟବସ୍ଥା । ଏ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରି ଏସିପିଙ୍କ ବଦଳି ଦାବି କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା
ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା

By

Published : Mar 16, 2021, 12:51 PM IST

ବାଲେଶ୍ବର: ଜିଲ୍ଲାରେ ଦିନକୁ ଦିନ ଆଇନ ପରିସ୍ଥିତି ବିଗିଡିବାରେ ଲାଗିଛି । କେତେବେଳେ ଗୁଳି ଫୁଟୁଛି ତ କେତେବେଳେ ହତ୍ୟାକାଣ୍ଡ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ବାଲେଶ୍ଵର ବିଜେପି । ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛି ବଜେପି । ଏହା ସହିତ ଏସପିଙ୍କ ବଦଳି ଦାବି କରିଛି ବିଜେପି ।

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା

ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି ବାଲେଶ୍ବର । ତିନିଦିନରେ ଦୁଇଦୁଇଟି ଗୁଳିକାଣ୍ଡ ଘଟିଲାଣି । କିଛି ଦିନ ପୂର୍ବରୁ ବାଲିଘାଟରେ ଗୋଷ୍ଠୀ ସଂର୍ଘଷରେ ପୋଲିସ ହାତ ଖାଲି । ପୋଲିସ ପାଟ୍ରୋଲିଂ ହେଇନାହିଁ । ପିସିଆର ଗାଡିକୁ ଲୋକ ଭୁଲି ଗଲେଣି । ଅପରାଧିକୁ ରୋକିବାରେ ପୋଲିସର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଦେଖା ଦେଇଛି । ଏସପି ଲୋକଙ୍କୁ ଭେଟୁ ନାହାନ୍ତି । ଲୋକଙ୍କ ଅସୁବିଧା ବୁଝୁନାହାନ୍ତି ତ ତାଙ୍କ କାମ ଏଠି କଣ । ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଆଗାମି 10ଦିନ ଭିତରେ ଆରକ୍ଷୀ ଅଧିକ୍ଷକଙ୍କୁ ବଦଳି କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କହିଛନ୍ତି ଜିଲ୍ଲା ବିଜେପି ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ ।

ବାଲେଶ୍ଵରର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ସହିତ ଜଣେ ଦକ୍ଷ ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ଦାବି ହୋଇଛି। ଦାବି ପୂରଣ ନହେଲେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ନ ଆସିଲେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details