ଓଡିଶା

odisha

ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା ଅଭିଯୋଗ କଲା ବିଜେପି

ବାଲେଶ୍ଵରରେ ମେଡିକାଲ ପରିସରରେ ସିଏମ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଉପେକ୍ଷା କରାଯାଇଥିବା ଅଗଣତାନ୍ତ୍ରିକ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା ଅଭିଯୋଗ କଲା ବିଜେପି
କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା ଅଭିଯୋଗ କଲା ବିଜେପି

By

Published : Jun 11, 2021, 7:18 AM IST

ବାଲେଶ୍ଵର: ଜିଲ୍ଲାର ମେଡିକାଲ ପରିସରରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଥିବା ବେଳେ ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ବିଜେପିର ଅଭିଯୋଗ ଅନୁସାରେ, ଏହି ସମସ୍ତ ପ୍ରକଳ୍ପ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟା ଦ୍ବାରା ଟାଟା ଷ୍ଟିଲ, NHAI, DRDO ଓ କେନ୍ଦ୍ରସରକାରଙ୍କ ଦ୍ବାରା ସମସ୍ତ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି ।

ଜିଲ୍ଲା ସ୍ବାସ୍ଥ୍ୟ ବିକାଶ ସମିତିର ଅଧକ୍ଷ ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଭିନ୍ନ ସମୟରେ ବୈଠକ ଡାକି ଏସବୁ କାର୍ଯ୍ୟ ତଦାରଖ କରୁଛନ୍ତି । ହେଲେ ଉଦଘାଟନ ଓ ଶିଳାନ୍ୟାସରେ ମନ୍ତ୍ରୀ ଷଡଙ୍ଗୀଙ୍କୁ ଉପେକ୍ଷା କରାଯାଇଥିବା ଅଗଣତାନ୍ତ୍ରିକ ବୋଲି ବିଜେପି କହିଛି । ଏଥିପାଇଁ ବିଜେପି ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details