ଓଡିଶା

odisha

ETV Bharat / state

'ଯୋଜନା ଆଳରେ ନିର୍ବାଚନୀ ଚାଲ ଚଲାଇଛି ବିଜେଡି'

ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ବଳକଷାକଷି । କେବଳ ସାଧାରଣ ନିର୍ବାଚନ ପାଇଁ । ଯୋଜନା ବଖାଣୁ ଥିବା ଶାସକ ଦଳକୁ ବିରୋଧୀ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମାଲୋଚନା କରିଛି ।

By

Published : Mar 9, 2019, 11:46 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନଜରରେ 2019 ସାଧାରଣ ନିର୍ବାଚନ । ଏନେଇ ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ବଳକଷାକଷି । ଯୋଜନା ବଖାଣୁ ଥିବା ଶାସକ ଦଳ ଉପରକୁ କାଦୁଅ ପିଙ୍ଗୁଛି ବିରୋଧୀ । ସରକାରଙ୍କ ପ୍ରତିଶୃତି ଆଉ ଦୋଷ ଦୁର୍ବଳତାକୁ ନେଇ ବାଲେଶ୍ବରରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଏପରିକି କାଳିଆ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ନାଁ ତାଲିକା ନିର୍ଭୁଲ ଭାବେ ଦିଲ୍ଲୀ ପଠାଇବାକୁ ଆହ୍ବାନ ଦେଇଛି ବିଜେପି । ଋଣ ଭାରରେ ରାଜ୍ୟ ବୁଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମିଥ୍ୟା ପ୍ରଚାରରେ ମାତିଛନ୍ତି ବୋଲି ବିଜେପି କହିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ, ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details