ଓଡିଶା

odisha

ETV Bharat / state

ନିୟମକୁ ଆଖିଠାର, ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ଝୁଲୁଛି ଦଳୀୟ ବ୍ୟାନର - ନିୟମକୁ ଆଖିଠାର

ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ଝୁଲୁଛି ବ୍ୟାନର । ସେ ପୁଣି ଖୋଦ ଶାସକ ଦଳର । ଏଥିପ୍ରତି କାହାର ଦୃଷ୍ଟି କିପରି ପଡୁନି ତାକୁ ନେଇ ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Mar 23, 2019, 7:47 PM IST

ବାଲେଶ୍ୱର: ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ଖୁଲମଖୁଲା ଝୁଲୁଛି କିଛି ଦଳୀୟ ବ୍ୟାନର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ । ଯେଉଁଠି ନିୟମକୁ ଖୁଲମଖୁଲା ଉଲଂଘନ କରାଯାଉଛି ।

ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଦଳର ବ୍ୟାନର ଲାଗିଛି । ମୁଖ୍ୟ କଥା ହେଉଛି ଛକମାନଙ୍କରେ ବ୍ୟାନର ଗୁଡିକ ଲଗାଯାଇଥିଲେ ବି ଏହା ଉପରେ କାହାର ଦୃଷ୍ଟି ପଡୁନି । ନିର୍ବାଚନ ତାରିଖ ଘୋଷଣା ପରେ ଗତ ମାର୍ଚ୍ଚ 10 ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଚରଣ ବିଧି ଲାଗୁ ପରେ ପ୍ରଶାସନ ପକ୍ଷରୁ ହୋଡିଙ୍ଗ ଓ ବ୍ୟାନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଛକରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଛାପ ଥିବା ଏକ ବ୍ୟାନର କଢାଯାଇଥିବାବେଳେ ତା ନିକଟରେ ଥିବା ବାଲେଶ୍ବରର ଶ୍ରେଷ୍ଠ ସାଂସଦ ଭାବେ ଲଗାଇଥିବା ଏକ ବ୍ୟାନରକୁ ଉଚ୍ଛେଦ କରାଯାଇ ନଥିଲା । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ନିର୍ବାଚନ ଆଚରଣ ବିଧି ନିୟମ ଅନୁଯାୟୀ କୌଣସି ଦଳ, କୌଣସି ନେତା, ଏମିତିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ମଧ୍ୟ କୌଣସି ଫଟୋ ଲଗାଯାଇ ପାରିବ ନାହିଁ । କିନ୍ତୁ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବା ପରେ ମନେ ହେଉଛି ସବୁ ନିୟମ ଯେପରି କାଗଜ କଲମରେ ସୀମିତ ହୋଇ ରହିଯାଇଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details