ବାଲେଶ୍ବର: ସରିଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନୀ ମତଦାନ । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି ।
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ପ୍ରତାପ ଷଡଙ୍ଗୀଙ୍କ ନାଁରେ ଏତଲା ଦେଲା ବିଜେଡି - ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
ମତଦାନ ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେଡି । ଅଧିକ ପଢନ୍ତୁ...
ମତଦାନ ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ପ୍ରତାପ ଷଡଙ୍ଗୀଙ୍କ ନାଁରେ ଏତଲା ଦେଲା ବିଜେଡି
ବାଲେଶ୍ଵର ସଦର ଉପନିର୍ବାଚନର ମତଦାନ ଚାଲିଥିବା ବେଳେ ଓଡ଼ଙ୍ଗୀ ପଞ୍ଚାୟତର 68 ଓ 68A ନଂ ବୁଥରେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ କର୍ମୀମାନେ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି । ଏନେଇ ଓଡ଼ଙ୍ଗୀ ପଞ୍ଚାୟତର ପାର୍ଥ ସାରଥୀ ଦାସ ଓ ବିଜେଡି କର୍ମୀମାନେ ସଦର ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଏତଲା ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ