ଓଡିଶା

odisha

ETV Bharat / state

କର୍ମୀ ଯୋଗାଡରେ ନନା

ରାଜ୍ୟରେ ଦଳକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଲେ ନନା । ବାଲେଶ୍ବରରେ ଆରମ୍ଭ ହେଲା ସଦସ୍ୟତା ସଂଗ୍ରହ ଅଭିଯାନ ।

By

Published : Jun 29, 2019, 9:18 PM IST

Updated : Jun 30, 2019, 12:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ଆହୁରି ମଜଭୁତ ହେବ ବିଜେପି । ବଢିବେ କର୍ମୀ । ବର୍ତ୍ତିଥିବା 36 ଲକ୍ଷ କର୍ମୀ ଥିବା ଦାବି କରୁଛି ଭାରତୀୟ ଜନତା ପାର୍ଟି । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । କର୍ମୀ ସଂଗ୍ରହରେ ଲାଗି ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସଦସ୍ୟ ସଂଗ୍ରହ ଅଭିଯାନରେ ନନା । ବଢିବେ କର୍ମୀ, ମଜଭୁତ ହେବ ଦଳ । ଏହି ଲକ୍ଷ୍ୟ ନେଇ ବାଲେଶ୍ବରରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ସଦସ୍ୟତା ସଂଗ୍ରହ ପ୍ରକ୍ରିୟା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଦଳର ସାଙ୍ଗଠନିକ ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି । ଗ୍ରାମ ପଞ୍ଚାୟତ ଓ ବୁଥ ସ୍ତରୀୟ ସଦସ୍ୟତା ଦିଗରେ ଦୃଷ୍ଟି ଦେବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି ପ୍ରତାପ ।

ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ । ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ଠା ପୂର୍ବକ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 30, 2019, 12:00 AM IST

For All Latest Updates

ABOUT THE AUTHOR

...view details