ଓଡିଶା

odisha

ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ବାଡିରେ ପଶିଲା ଭାଲୁ, ବନବିଭାଗର କଡା ନଜର - ଗୋପୀନାଥପୁର ଶାସନ

ବଣୁଆ ଭାଲୁ ଏବେ ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ଚଳାଇଛନ୍ତି ପ୍ରାଦୁର୍ଭାବ । ଆଜି ( ବୁଧବାର) କେନ୍ଦ୍ରମନ୍ତ୍ରୀଙ୍କ ଗାଁ ଓ ବାଡିରେ ପଶିଛି ଭାଲୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

କେନ୍ଦ୍ରମନ୍ତ୍ରୀଙ୍କ ବାଡିରେ ପଶିଲା ଭାଲୁ
କେନ୍ଦ୍ରମନ୍ତ୍ରୀଙ୍କ ବାଡିରେ ପଶିଲା ଭାଲୁ

By

Published : Aug 26, 2020, 7:26 PM IST

ବାଲେଶ୍ବର:ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଶାସନରେ ଭାଲୁ ଆତଙ୍କ ଲାଗି ରହିଛି ।

ସୂଚନା ଅନୁସାରେ ଏକ ଭାଲୁ ପଲ ଆଜି ( ବୁଧବାର) ଜଙ୍ଗଲ ଭିତରକୁ ପଳାଇଥିବା ବେଳେ ସେହି ଦଳର ଏକ ଭାଲୁ ରହିଯାଇଥିଲା। ପ୍ରଥମେ ଭାଲୁଟି ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡିରୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବାଡିରେ ପଶିଯାଇଥିଲା।

କେନ୍ଦ୍ରମନ୍ତ୍ରୀଙ୍କ ବାଡିରେ ପଶିଲା ଭାଲୁ; ବନ ବିଭାଗର କଡା ନଜର

କିଛି ସମୟ ଧରି ଭାଲୁଟି ବୁଦା ମୂଳରେ ଲୁଚିରହିଥିଲା। ପରେ ସେ ଅନ୍ୟ କେଉଁଆଡେ ପଳାଇଯାଇଥିବା ଜଣାପଡିଛି। ଭାଲୁଟି ଜନଜୀବନକୁ କ୍ଷତି ପହଞ୍ଚାଇବାର ଆଶଙ୍କା କରି ବନବିଭାଗ ପ୍ରସ୍ତୁତ ଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦିଲ୍ଲୀରେ ଥିବାରୁ ପ୍ରଶାସନ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛି । ତଥାପି ଭାଲୁ ଘୋଡାଇବା ପାଇଁ ବନ ବିଭାଗ ସ୍ଥାନୀୟ ଅଞ୍ଚଳ ପ୍ରତି ସଜାଗ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details