ଓଡିଶା

odisha

ETV Bharat / state

ନାବାଳିକାର ତଣ୍ଟିକାଟି ହତ୍ୟା ଘଟଣା: ରେମୁଣା ବାଇପାସରେ ବସିଲେ ପରିବାର

ଗତ 15 ତାରିଖ ବାଙ୍ଗର ଗାଁର ହରିଶ୍ଚନ୍ଦ୍ର ବେହେରାଙ୍କ ନାବାଳିକା ଝିଅକୁ ତଣ୍ଟିକାଟି ହତ୍ୟା କରାଯାଇଥିଲା । ସେହି ଗାଁର ସତ୍ୟଜିତ ପୋଥାଳ ନାବାଳିକାକୁ ଅପହରଣ କରି ହତ୍ୟା କରିଥିବା ବାପା ହରିଶ୍ଚନ୍ଦ୍ର ରେମୁଣା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସର ସ୍ଥାଣୁତା ପାଇଁ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

By

Published : Mar 25, 2019, 4:28 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ପ୍ରେମ ସମ୍ପର୍କକୁ ନେଇ ନାବାଳିକାକୁ ହତ୍ୟା ଘଟଣାରେ ଉତ୍ତ୍ୟକ୍ତ ହେଲେ ପରିବାର ।ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତକୁ ଗିରଫ ଦାବିରେ ବାଲେଶ୍ବର ଜିଲ୍ଲା ରେମୁଣା ବାଇପାସ ନିକଟରେ ଧାରଣା ଦେଇଛନ୍ତି ବାଙ୍ଗର ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିଗୁଡିକ ଅଟକି ରହିଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ । ନାବାଳିକା ଛାତ୍ରୀଜଣକୁ ସେହି ଗ୍ରାମର ଜଣେ ଯୁବକ ପ୍ରଥମେ ଅପହରଣ କରିଥିବା ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ଝିଅ ଓ ପୁଅ ଘର ପକ୍ଷକୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଥିଲା । କିନ୍ତୁ ନାବାଳିକାର ତଣ୍ଟିକାଟି ହତ୍ୟା କରାଯାଇଥିବା ନେଇ ରେମୁଣା ପୋଲିସ ପାଖରେ ଅଭିଯୋଗ କରିଥିଲେ ପରିବାର ଲୋକେ ।କିନ୍ତୁ ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ମୃତ ନାବାଳିକାର ପରିବାର ।

ସୂଚନାଯୋଗ୍ୟ ଯେ, ଗତ 15 ତାରିଖ ବାଙ୍ଗର ଗାଁର ହରିଶ୍ଚନ୍ଦ୍ର ବେହେରାଙ୍କ ନାବାଳିକା ଝିଅକୁ ତଣ୍ଟିକାଟି ହତ୍ୟା କରାଯାଇଥିଲା । ସେହି ଗାଁର ସତ୍ୟଜିତ ପୋଥାଳ ନାବାଳିକା ଝିଅକୁ ଅପହରଣ କରି ହତ୍ୟା କରିଥିବା ହରିଶ୍ଚନ୍ଦ୍ର ରେମୁଣା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସର ସ୍ଥାଣୁତା ପାଇଁ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳୁନି ବୋଲି ଗ୍ରାମବାସୀନ ଅଭିଯୋଗ କହିଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details