ବାଲେଶ୍ବର:ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମଶଃ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ବିପଦ ସଙ୍କେତ ଡେଇଁଲା ଜଳକା - ଜଳକା
ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି।
ବିପଦ ସଙ୍କେତ ଡେଇଁଲା ଜଳକା
ନଦୀର ବିପଦ ସଙ୍କେତ 5.50 ଥିବାବେଳେ ସକାଳ 10 ସୁଦ୍ଧା 6.45 ମିଟରରେ ଜଳ ପ୍ରବାହିତ ହେଉଛି। ଯାହାଦ୍ୱାରା ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିଥିବା ଦେଖିବାକୁ ମିଳିଛି । ଏମିତି ବର୍ଷା ଲାଗିରହିଲେ ବସ୍ତା ବ୍ଳକର 10ଟି ପଞ୍ଚାୟତ ଓ ସଦର ବ୍ଳକର 2ଟି ପଞ୍ଚାୟତରେ ବନ୍ଯା ଜଳ ପ୍ରବେଶ କରିବା ନେଇ ଆଶଙ୍କା ରହିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Aug 26, 2020, 11:17 AM IST