ଓଡିଶା

odisha

ETV Bharat / state

'ଛାତ୍ରଛାତ୍ରୀ ଫକୀରମୋହନ ସେନାପତିଙ୍କ ପଦାଙ୍କ ଅନୁସରଣ କରିବା ଉଚିତ୍' - governor

ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରି ନିଜର ଓ ପରିବାରର ଆଶା ପୂରଣ କରୁଥିବାବେଳେ ସମାଜ ପାଇଁ ସମର୍ପିତ ହେବା ଆବଶ୍ୟକ । ଆଜି ବାଲେଶ୍ବରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 11, 2019, 7:47 PM IST

ବାଲେଶ୍ବର: ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରି ନିଜର ଓ ପରିବାରର ଆଶା ପୂରଣ କରୁଥିବାବେଳେ ସମାଜ ପାଇଁ ସମର୍ପିତ ହେବା ଆବଶ୍ୟକ। ସମଗ୍ର ବିଶ୍ବ ଆଜି ବିଭିନ୍ନ କ୍ଷେତ୍ରରେ ଦୃତଗତିରେ ଆଗକୁ ବଢିବା ଲାଗି ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ପ୍ରତିଯୋଗିତା କେବଳ ଶିକ୍ଷାରେ ନୁହେଁ ବ୍ୟବସାୟ, ରାଜନୀତି, ଚାକିରି ସବୁଠି ହେଉଛି । ଏହାକୁ ସାମ୍ନା କରି କୌଶଳକ୍ରମେ ଆଗକୁ ବଢ଼ିବା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆବଶ୍ୟକ ବୋଲି ଆଜି ବାଲେଶ୍ବରସ୍ଥିତ ଫକୀର ମୋହନ ବିଶ୍ଵ ବିଦ୍ୟାଳୟର ୨୧ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ବ୍ୟାସ କବି ଫକୀରମୋହନ ସେନାପତି ତାଙ୍କ ଲେଖନୀରେ ସମାଜର ନିଚ୍ଛକ କାଳଜୟୀ କାହାଣୀକୁ ଆମ ଆଗରେ ଯୁଗ ଯୁଗ ପାଇଁ ରଖି ଅମର ହୋଇଛନ୍ତି । ତାଙ୍କରି ଆଦର୍ଶରେ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କର ପଦାଙ୍କ ଅନୁସରଣ କରିବା ଉଚିତ୍ ବୋଲି ରାଜ୍ୟପାଳ କହିଥିଲେ ।

ବିଶ୍ଵବିଦ୍ୟାଳୟର କୁଳପତି ମଧୁମିତା ଦାସ, କୁଳସଚିବ ଅମର ସିଂ ସୋରେନ୍, ପି.ଜି କାଉନସିଲ ଅଧ୍ୟକ୍ଷ ଏସ, ଏନ୍, ଦେହୁରୀ, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହାସହ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଭାରପ୍ରାପ୍ତ ଜିଲ୍ଲାପାଳ ସମ୍ବିତ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବୈଜ୍ଞାନିକ ସୁଧାକର ପଣ୍ଡା, ସାହିତ୍ୟିକ ଅଭୟ ସୁତାରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details