ଓଡିଶା

odisha

ବିଲ‌ରୁ ମୃତଦେହ ଉଦ୍ଧାର ଘଟଣା: ବସ ଡ୍ରାଇଭର, କଣ୍ଡକ୍ଟର ଗିରଫ

By

Published : Jan 13, 2021, 11:09 AM IST

ସାମ୍ନାକୁ ଆସିଲା ବାଲେଶ୍ବର ସ୍ବାଧୀନ ରାୟ ଚୌଧୁରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ । ଗିରଫ ହେଲେ ବସ ଡ୍ରାଇଭର, କଣ୍ଡକ୍ଟର । ଅଧିକ ପଢନ୍ତୁ...

ବିଲ୍‌ରୁ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ପର୍ଦା ଫାଶ
ବିଲ୍‌ରୁ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ପର୍ଦା ଫାଶ

ବାଲେଶ୍ଵର: ଜିଲ୍ଲା ସିମୁଳିଆ ଥାନା ଅଧିନ ଅଡା କୁପାରି ରାସ୍ତାର ଜଳଙ୍ଗ-ତେନ୍ତୁଳିଆ ପାଖ ବିଲରେ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ବାହାର କରିଛି ଖିଅ । ଘଟଣାରେ 5ଜଣଙ୍କୁ ଗିରଫ କରିଛି ପୋଲିସ । ଗତ 9 ତାରିଖରେ ବିଲରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଥିଲା ।

ବିଲ୍‌ରୁ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ପର୍ଦା ଫାଶ

ସେପଟେ ପୋଲିସ ତଦନ୍ତ କରି ଉକ୍ତ ମୃତଦେହ ମାର୍କୋଣା ନୟାପଲ୍ଲୀ ଗ୍ରାମର ସ୍ବାଧୀନ ରାୟ ଚୌଧୁରୀଙ୍କ ବୋଲି ଜାଣିବାକୁ ପାଇଥିଲା । ହେଲେ ସ୍ବାଧୀନଙ୍କ ମୃତ୍ୟୁ କେମିତି ହୋଇଥିଲା ସେନେଇ ସିମୁଳିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା ।

ସ୍ବାଧୀନ ବାଲେଶ୍ଵର ମେରାଇନ ମତ୍ସ୍ୟ ବିଭାଗରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । 9 ତାରିଖ ସେ ଘରକୁ ଫେରିବା ବେଳେ ତଳନଗର ନିକଟରେ ତାଙ୍କୁ ପୁରୁଷୋତ୍ତମ ନାମକ ବସ ଧକ୍କା ଦେଇଥିଲା । ସେଠାରୁ ଗୁରୁତର ଭାବେ ସ୍ବାଧୀନଙ୍କୁ ମେଡିକାଲ ନେବା ବଦଳରେ ବସ ମାଲିକଙ୍କ ନିର୍ଦ୍ଦେଶରେ ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ଔପଦା ନେଇଯାଇଥିଲେ । ସେଠାରେ ସ୍ବାଧୀନଙ୍କ ମୃତ୍ୟୁ ହୋଇଥିଲା ।

ବସ ମାଲିକ ଦୁଇଜଣ ଯୁବକଙ୍କୁ ୨ହଜାର ଟଙ୍କା ଦେଇ ସ୍ବାଧୀନଙ୍କ ମୃତଦେହ ବିଲରେ ଫିଙ୍ଗିଦେବା ପାଇଁ କହିଥିଲେ । ସମସ୍ତ ଘଟଣା ଉପରୁ ସିମୁଳିଆ ପୋଲିସ ପରଦା ଉଠାଇବା ପରେ ବସ ମାଲିକ ପୁରୁଷୋତ୍ତମ ବେହେରାଙ୍କ ସମେତ ଡ୍ରାଇଭର ସୁଶାନ୍ତ ରାଉତ, କଣ୍ଡକ୍ଟର ଚିନ୍ମୟ ପ୍ରକାଶ ମହାନ୍ତି ଏବଂ ମୃତଦେହ ବିଲରେ ଫିଙ୍ଗିଥିବା ସେକ ସ୍ବରାଜ ଓ ବସନ୍ତ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details