ବାଲେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସର ଉପରକୁ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଉପରକୁ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । କିଛିଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସେମିନାର ଅନୁଷ୍ଠିତ ହେଉଥିବା ସମୟରେ ଅଣଛାତ୍ର ନେତା ଗୁଣ୍ଡାଗର୍ଦ୍ଦି କରିବା ଏବଂ ପ୍ରଫେସରଙ୍କ ଉପରକୁ ହାତ ଉଠାଇବା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ବିକ୍ଷୋଭ ଫକୀରମୋହନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏବିଭିପି ଜାଣିଶୁଣି ଶିକ୍ଷାନୁଷ୍ଠାନମାନଙ୍କରେ ହିଂସା ରାଜନୀତି କରି କଲେଜ କ୍ୟାମ୍ପସରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବାର ଅଭିଯୋଗ ଛାତ୍ର କଂଗ୍ରେସ । ଏହାସହ ଏହି ସଂଗଠନ ଉପରେ ବ୍ୟାନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଅନେକ ସମୟରେ କଲେଜ କ୍ୟାମ୍ପସ ଭିତରେ ମାତ୍ରାଧିକ ରାଜନୈତିକ ଦଳର ହସ୍ତକ୍ଷେପ ଯୋଗୁଁ ଛାତ୍ରମାନଙ୍କ କ୍ୟାରିଅର ଉପରେ ପ୍ରଭାବ ପଡୁଛି । ଏମିତିକି ଅନେକ ଛାତ୍ର ନିଜର ବୁଦ୍ଧି ହରାଇ ବସି ଶିକ୍ଷାଦାନ କରୁଥିବା ଅଧ୍ୟାପକ ଓ ପ୍ରଫେସର ମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି ।