ବାଲେଶ୍ବର:ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା(Rakshabandhan) । ଭାଇ ହାତରେ ଭଉଣୀ ବାନ୍ଧିଵ ରାକ୍ଷୀ । ଏଥିପାଇଁ ବଜାରରେ ମେଲିଲାଣି ରାକ୍ଷୀର ପସରା । ଏହାରି ଭିତରେ ବାଲେଶ୍ଵର ସହରର ସତ୍ୟ ନଗରରେ ରହୁଥିବା ଛାତ୍ରୀ ଅନୁପମା ଦାସମହାପାତ୍ର ରାକ୍ଷୀରେ ଜଗନ୍ନାଥଙ୍କ ଫଟୋକୁ ସ୍ଥାନ ଦେଇଛନ୍ତି । ଯାହାକି ଖୁବ ଆକର୍ଷଣୀୟ ହୋଇଛି ।
ସେ ନିଜସ୍ବ ଉଦ୍ୟମରେ ପ୍ରଥମ ଥର ଶାମୁକା, ଅଖା ସୂତା, ଉଲ ଏବଂ ଗ୍ଲିଟର୍ ପେପର୍ରେ ରାକ୍ଷୀ ତିଆରି କରିଛନ୍ତି । ଅନୁପମାଙ୍କ ହାତ ତିଆରି ରାକ୍ଷୀ ନେବା ପାଇଁ ଏବେଠୁ ଅର୍ଡର ମଧ୍ୟ ହୋଇସାରିଲାଣି । ଗତବର୍ଷ କେବଳ ଗୋଲାପ ଫୁଲ ରାକ୍ଷୀ ପ୍ରସ୍ତୁତ କରିଥିଲେ ଅନୁପମା । ଯାହା ବେଶ ଆଦୃତ ହୋଇଥିଲା ଏବଂ ଚାହିଦା ମଧ୍ୟ ରହିଥିଲା । ପ୍ରଥମ ଥର ନିଜ ବିଚାରଧାରାର ଉପଯୋଗ କରି ସେ ଶାମୁକାରେ ଜଗନ୍ନାଥ ରାକ୍ଷୀ, ଅଖା ସୂତାରେ ଡିଜାଇନ୍ କରି ରାକ୍ଷୀ ତିଆରି କରିଛନ୍ତି ।