ଓଡିଶା

odisha

ବାଲେଶ୍ବର ସଦର ଉପନିର୍ବାଚନ, ଦଳ ସଜାଡିବାକୁ ବିଜେଡିର ପ୍ରୟାସ

By

Published : Oct 19, 2020, 5:15 PM IST

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ମନୋନୀତ ବିଜେଡି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ଦଳର ସ୍ଥିତି କିଛି ମାତ୍ରାରେ ସୁଧୁରିଥିବା ବେଳେ ଏବେ ବି ଦଳରେ ଅସନ୍ତୋଷ ରହିଛି । ଅଧିକ ପଢନ୍ତୁ...

ବାଲେଶ୍ବର ସଦର ଉପନିର୍ବାଚନ, ଦଳ ସଜାଡିବାକୁ ବିଜେଡିର ପ୍ରୟାସ
ବାଲେଶ୍ବର ସଦର ଉପନିର୍ବାଚନ, ଦଳ ସଜାଡିବାକୁ ବିଜେଡିର ପ୍ରୟାସ

ବାଲେଶ୍ବର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ମନୋନୀତ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା, ତାହା ବିଜେଡିର ଭିତିରି କନ୍ଦଳକୁ ବି ପଦାରେ ପକାଇଦେଇଥିଲା । ଏନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଅବଶ୍ୟ କର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ଶେଷରେ ଦଳୀୟ ନିଷ୍ପତ୍ତିକୁ ମାନି ନେବାକୁ ଆହ୍ୱାନ ଦେଇଥିଲେ ସୁଦ୍ଧା କିଛି ମାତ୍ରାରେ ଅସନ୍ତୋଷ ଏବେ ବି ଦଳ ଭିତରେ ରହିଥିବା ଅନୁମାନ କରାଯାଉଛି । ଦଳ ଭିତରେ କୌଣସି ଅସନ୍ତୋଷ ନାହିଁ କିମ୍ବା ସୋସିଆଲ ମିଡିଆରେ ଦଳ ବିରୋଧରେ ହେଉଥିବା ଅପପ୍ରଚାର ସମ୍ପୂର୍ଣ୍ଣ ଅସଙ୍ଗତ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ମନ୍ତ୍ରୀ ତଥା ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି ।

ଅବଶ୍ୟ ପ୍ରଥମରୁ ଦଳ ଚୟନ କରିଥିବା ପ୍ରାର୍ଥୀଙ୍କୁ ନେଇ କର୍ମୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା, ମାତ୍ର ତାହା ଏବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହାସହ ବାକି କିଛି କର୍ମୀ ଏବେ ବି କ୍ଷୁବ୍ଧ ଥିବା ମଧ୍ୟ କୁହାଯାଇଛି । ଏ ସମସ୍ତ ଦିଗ ଉପରେ ଦଳର ବରିଷ୍ଠ ନେତାମାନେ ଧ୍ୟାନ ଦେବାସହ କର୍ମୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଇବା ପାଇଁ ଚେଷ୍ଟା ଚଳାଇଥିବା ସୂଚନା ଦିଆଯାଇଛି ।

ବାଲେଶ୍ବର ସଦର ଉପନିର୍ବାଚନ, ଦଳ ସଜାଡିବାକୁ ବିଜେଡିର ପ୍ରୟାସ

ତେବେ ଆଗାମୀ ନିର୍ବାଚନରେ ଦଳର କର୍ମୀମାନେ ଏକତ୍ର ହୋଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବା ପାଇଁ କାମ କରିବାକୁ ଆହ୍ୱାନ ଦିଆଯାଇଛି । ଦଳ ଭିତରେ କୌଣସି ପ୍ରକାର ଅସନ୍ତୋଷ ନରଖି ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details