ଓଡିଶା

odisha

ETV Bharat / state

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ପାପା ପଣ୍ଡା !

ଖାସୁଆ ହତ୍ୟାକାଣ୍ତର ମାଷ୍ଟରମାଇଣ୍ତ ତଥା ବାଲେଶ୍ବର ଜିଲ୍ଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ତା ଓରଫ୍‌ ପାପା ପଣ୍ଡାକୁ ଜିଲ୍ଲା ପୋଲିସର ସ୍ବତନ୍ତ୍ର ଟିମ୍‌ କୋଲକାତାରୁ ଧରିଥିବା ଜଣାପଡ଼ିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

By

Published : Sep 1, 2019, 1:00 PM IST

Updated : Sep 1, 2019, 1:23 PM IST

ବାଲେଶ୍ବର: ପୋଲିସ କବଜାରେ 'ପାପା' ! ଦୀର୍ଘଦିନର ଚୋର ପୋଲିସ ଖେଳର ଘଟିଛି ଅନ୍ତ। ଏବେ ଫେରାର ଥିବା ଖାସୁଆ ହତ୍ୟାକାଣ୍ତର ମାଷ୍ଟରମାଇଣ୍ତ ତଥା ବାଲେଶ୍ବର ଜିଲ୍ଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ତା ଓରଫ୍‌ ପାପା ପଣ୍ଡାକୁ ଜିଲ୍ଲା ପୋଲିସର ସ୍ବତନ୍ତ୍ର ଟିମ୍‌ କୋଲକାତାରୁ ଧରିଥିବା ଜଣାପଡ଼ିଛି।

ପାପାଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା ବେଳେ ଖାସୁଆ ମର୍ଡର କେସରେ ବାଲେଶ୍ବର ଏସଡିଜେଏମ୍‌ କୋର୍ଟରେ ରୁଜୁ ହୋଇଥିଲା। ଏହି ଘଟଣାରେ ସହଦେବ ଖୁଣ୍ଟା ପୋଲିସ ଦୋଷୀ ସାବ୍ୟସ୍ତ ହୋଇଥିବା 25 ଜଣଙ୍କ ମଧ୍ୟରୁ 14 ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ପାପା ଓ ତାର କିଛି ସହଯୋଗୀଙ୍କୁ ଗିରଫ କରିପାରିନଥିଲା। ଯେଉଁ ମାମଲାର ବିଚାର କରାଯାଇ ଫେରାର ପାପା ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ଜିଲ୍ଲାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବା ଓ ବେଆଇନ୍‌ ନିଶା କାରବାର ବୃଦ୍ଧିପାଇବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏବେ ଜିଲ୍ଲାକୁ ଏକାଧିକ ଦକ୍ଷ ପୁଲିସ ଅଧିକାରୀ ଆସିଥିବା ବେଳେ ଜିଲ୍ଲା ପୁଲିସ ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିଥିବା ଜଣାପଡିଛି।

ଗତକାଲି ରାତିରେ ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ପାପା ପଣ୍ଡାକୁ କୋଲକାତାରୁ ଧରିଥିବା ସୂଚନା ମିଳିଛି। ପାପା ଏବେ ଅସୁସ୍ଥ ଥିବା ମଧ୍ୟ କୁହାଯାଇଛି। ଏସ୍‌ପି ବି. ଯୁଗଳ କିଶୋରଙ୍କୁ ପଚାରିବାରୁ ସେ ସୂଚନା ଦେବେ ବୋଲି କହୁଥିବା ବେଳେ ଏନେଇ ସମ୍ପୂର୍ଣ୍ଣ ସୂଚନା ପରେ ଦିଆଯିବ ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ଖୋଲାଖୋଲି ଭାବେ ଗିରଫ ସୂଚନା ଦେଉନଥିବା ବେଳେ ଏହା ଭିତରେ ସତ୍ୟତା ଥିବା ଅନୁମେୟ ହେଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 1, 2019, 1:23 PM IST

ABOUT THE AUTHOR

...view details