ବାଲେଶ୍ଵର: କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ MSME ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟରେ ଭେଟି ବିଭିନ୍ନ ସମସ୍ୟା ଉଠାଇବା ସହ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ।
ରେଳମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ରଖିଲେ ପ୍ରତାପ ଷଡଙ୍ଗୀ - ପ୍ରତାପ ଷଡଙ୍ଗୀ
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ଉପସ୍ଥାନ କଲେ ପୂର୍ବତନ MSME ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଅଧିକ ପଢନ୍ତୁ...
ସାଂସଦ ଦେଇଥିବା ପ୍ରସ୍ତାବ ମଧ୍ୟରେ, ନୀଳଗିରି (ଗୋପିନାଥପୁର ପର୍ଯ୍ୟନ୍ତ) ପାସେଞ୍ଜର ଗାଡ଼ି ଚଳାଇବାର ବ୍ୟବସ୍ଥା କରିବା, ନୀଳଗିରିରେ ଦୀର୍ଘ ବର୍ଷଧରି ବନ୍ଦ ହୋଇ ପଡ଼ି ରହିଥିବା ନୀଳଗିରି ସ୍ଲିପର୍କୁ ଚାଲୁ କରିବା ଏବଂ ଚାକିରି ହରାଇଥିବା ସମସ୍ତ କର୍ମଚାରୀ ଓ ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ଦେବା । ସେହିପରି ବାଲେଶ୍ଵର, ବେତନଟୀରୁ ସୋର ପର୍ଯ୍ୟନ୍ତ ରେଳ ଲାଇନ୍ର ଉଭୟ ପାର୍ଶ୍ଵରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ବାମନ ପ୍ରଜାତିର ନଡ଼ିଆ ଚାରା ରୋପଣ କରି ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ହସ୍ତାନ୍ତର କରିବା ଭଳି ଦାବି ଉପସ୍ଥାପନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ