ଓଡିଶା

odisha

ETV Bharat / state

ପୁଅ ଭୁଲ ପାଇଁ ବାପାକୁ ମିଳିଲା ସଜ୍ଜା, ଗାଁ ମଶାଣି ମନା

ଆମ୍ବିଳିଅଠା ଗ୍ରାମର ଭୂପତି ଜେନାଙ୍କ ଦେହାନ୍ତ ପରେ ଗ୍ରାମବାସୀ ଶବ ସତ୍କାରରେ ସହଯୋଗ କରି ନଥିଲେ କି, ଗାଁ ମଶାଣିରେ ମଧ୍ୟ ଶବ ସତ୍କାର କରିବାକୁ ଅନୁମତି ଦେଇ ନଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ୱର

By

Published : Aug 6, 2019, 2:56 PM IST

ବାଲେଶ୍ବର: ପୁଅର ଭୁଲ ପାଇଁ ମୃତ ବାପାକୁ ମିଳିଲାନି ଗାଁ ଲୋକଙ୍କ କାନ୍ଧ । କେବଳ କାନ୍ଧ ନୁହେଁ, ଗାଁ ମଶାଣିରେ ମଧ୍ୟ ସତ୍କାର କରିବାକୁ ଅନୁମତି ଦେଇ ନଥିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅଧିନସ୍ଥ ଆମ୍ବିଳିଅଠା ଗ୍ରାମରେ ।

ସୂଚନା ଅନୁସାରେ, ଉପରୋକ୍ତ ଗ୍ରାମର ଭୂପତି ଜେନାଙ୍କ ଦେହାନ୍ତ ପରେ ଗ୍ରାମବାସୀ ଶବ ସତ୍କାରରେ ସହଯୋଗ କରି ନଥିଲେ କି, ଗାଁ ମଶାଣିରେ ମଧ୍ୟ ଶବ ସତ୍କାର କରିବାକୁ ଅନୁମତି ଦେଇ ନଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ୱର

ତେବେ ଭୂପତିଙ୍କ ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବରୁ କୌଣସି ଏକ ଗଣ୍ଡଗୋଳ ହୋଇଥିଲା । ଏହି କାରଣରୁ ବାପାର ଶବ ସତ୍କାର ପାଇଁ ପୁଅ ଗାଁ ମଶାଣିକୁ ନେବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ପୁଅ ଥାନାରେ ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ବିରୋଧ ପରେ ପୁଅ ବାପାର ଶବକୁ 15 କିମି ଦୂର ରାଜଘାଟ ସୁବର୍ଣ୍ଣରେଖା ନଦୀକୂଳରେ ସତ୍କାର କରିଥିବା ଜଣାପଡ଼ିଛି । ବାପାର ଶବ ସତ୍କାର ପାଇଁ ଗ୍ରାମବାସୀଙ୍କୁ ପୁଅ ଡାକି ଥିବାବେଳେ କେହିବି ଏଥିରେ ସହଯୋଗ କରି ନଥିଲେ। ଅନ୍ୟପଟେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details