ଓଡିଶା

odisha

ETV Bharat / state

ମହିଳାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି - safety and justice of women

ଗୁରୁବାର ବାଲେଶ୍ବର ପୂର୍ବାଞ୍ଚଳ ଆଇଜି ତାଙ୍କ କାର୍ଯ୍ୟାଳୟରେ 3 ଜିଲ୍ଲାର ଏସପିଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାଧ୍ୟମରେ ସିଦ୍ଧାନ୍ତ ନେଇଛନ୍ତି । ଅଧିକ ପଢନ୍ତୁ..

ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ  ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି
ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି

By

Published : Dec 5, 2019, 2:51 PM IST

ବାଲେଶ୍ବର: ମହିଳାଙ୍କ ସୁରକ୍ଷା ଓ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପୂର୍ବାଞ୍ଚଳ ଆଇଜି ଅଣ୍ଟା ଭିଡିଛନ୍ତି । ଏନେଇ ସେ ଗୁରୁବାର ତାଙ୍କ କାର୍ଯ୍ୟାଳୟରେ 3 ଜିଲ୍ଲାର ଏସପିଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାଧ୍ୟମରେ ସିଦ୍ଧାନ୍ତ ନେଇଛନ୍ତି ।

ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି

ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଅଞ୍ଚଳର ମହିଳା, ଶିଶୁ, ଛାତ୍ରୀଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପଡି ରହିଥିବା ଏମିତି ସବୁ ଘଟଣାର ସମାଧାନ ଏସ୍‌ପିଙ୍କ ମାଧ୍ୟମରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଲୋଚନା କରାଯାଇଛି । ନିର୍ଯାତିତା ମାନେ କେମିତି ଶୀଘ୍ର ନ୍ୟାୟ ପାଇପାରିବେ ସେ ଦିଗରେ ଯତ୍ନବାନ ହେବାକୁ ଆଇଜି ପରାମର୍ଶ ଦେଇଥିଲେ ।

ଆଲୋଚନା ଓ ନିଷ୍ପତ୍ତି କ୍ରମେ 3 ଜିଲ୍ଲାର ଏସ୍‌ପି ନିଜ ଅଞ୍ଚଳରେ ଥିବା ଥାନା ଗୁଡିକୁ ଏଥିପାଇଁ ନିର୍ଦ୍ଦେଶ ଦେବାପାଇଁ କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details