ବାଲେଶ୍ବର: ଏଥର ଆଉ ସଚେତନ ନୁହେଁ, ସିଧାସଳଖ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ବାରମ୍ବାର ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରିବା ପରେ ଆଜି ପୌରପାଳିକା ପକ୍ଷରୁ ବିଭିନ୍ନ ଦୋକାନ ବଜାରରେ ଚଢାଉ କରାଯାଇଛି ।
ଏଥିପାଇଁ ପୌରପାଳିକା ପକ୍ଷରୁ 3ଟି ଟିମ ଗଠନ କରାଯାଇଛି । ଏହି ଟିମ୍ ସହରର ମୋତିଗଞ୍ଜ ବଜାରରେ ପ୍ରଥମେ ଚଢ଼ାଉ ଆରମ୍ଭ କରିଥିଲା । ମାଛ ଦୋକାନ ଠାରୁ ଆରମ୍ଭ କରି ଫଳ, ପରିବା, ଗ୍ରୋସରି ଆଦି ଦୋକାନରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।