ଓଡିଶା

odisha

ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଦ୍ୟୁତ ବିଭାଗର ଥାନା ଘେରାଉ

ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବୁଧବାର ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗ ଭୋଗରାଇ ଥାନା ଘେରାଉ କରିଛି ।

By

Published : Jul 10, 2019, 7:45 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୋଗରାଇ ଥାନା ଘେରିଲା ବିଦ୍ୟୁତ ବିଭାଗ । ବୁଧବାର ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଭୋଗରାଇ ଥାନା ଘେରାଉ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଘଟଣାରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ବିଦ୍ୟୁତ ବିଭାଗ ଶଙ୍ଖାଝୁରି ଗ୍ରାମର ଜନ୍ମେଜୟ ଜେନାଙ୍କ ଘର ଲାଇନ କାଟିଥିଲା । ଗତ ମଙ୍ଗଳବାର ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ମହାନ୍ତ ଓ ସହଯୋଗୀ ଲାଇନମ୍ୟାନ ଶଙ୍ଖାଝୁରି ଗ୍ରାମକୁ ଲାଇନ କାମରେ ଯାଇଥିବା ସମୟରେ ସେଠାରେ ଜନ୍ମେଜୟ ଜେନା ଓ ଅନ୍ୟମାନେ ମିଳିତ ଭାବରେ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୲

ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ସେଥିପାଇଁ ବୁଧବାର ବିଜୁଳି ବିଭାଗ ତରଫରୁ ଭୋଗରାଇ ଥାନା ଘେରାଉ କରାଯାଇଥିଲା ।

ଆଗାମୀ ଦିନରେ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଭୋଗରାଇ ଅଂଚଳରେ ବିଦ୍ୟୁତ୍ କାମ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ଥାନା ଅଧିକାରୀ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରିବେ ବୋଲି ବିଜୁଳି ବିଭାଗ ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details