ଓଡିଶା

odisha

ETV Bharat / state

ଆତ୍ମନିର୍ଭର ହେଉଛି ଯୁବପିଢି, ନା କେବଳ ରାଜନୈତିକ ମୋହରା ? - ବାଲେଶ୍ବର ଜିଲ୍ଲା ଖବର

ଯୁବକଙ୍କୁ ନେଇ ରାଜନୀତି କରୁଛି କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୋଗ କଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଯୁବ ଉତ୍ଥାନର କଥା କହି ଅଭିଯୋଗକୁ ବିଜେଡିର ଖଣ୍ଡନ । ଅଧିକ ପଢନ୍ତୁ

ଆତ୍ମନିର୍ଭର ହେଉଛି ଯୁବପିଢି, ନା କେବଳ ରାଜନୈତିକ ମୋହରା !
ଆତ୍ମନିର୍ଭର ହେଉଛି ଯୁବପିଢି, ନା କେବଳ ରାଜନୈତିକ ମୋହରା !

By

Published : Aug 13, 2023, 8:31 PM IST

ଆତ୍ମନିର୍ଭର ହେଉଛି ଯୁବପିଢି, ନା କେବଳ ରାଜନୈତିକ ମୋହରା !

ବାଲେଶ୍ବର: ରାଜନୀତିରେ ଯୁବକ, ଏ କଥା କିଛି ନୂଆ ପ୍ରସଙ୍ଗ ନୁହେଁ । ମାତ୍ର ଯୁବକମାନଙ୍କ ପାଇଁ ସରକାରୀ ସ୍ତରରେ ହେଉଥିବା ଯୋଜନା କିମ୍ବା କର୍ମନିଯୁକ୍ତି ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଚିନ୍ତିତ ତାହା ହେଉଛି ବଡ଼ ପ୍ରଶ୍ନବାଚୀ । ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡିର ଯୁବକମାନଙ୍କୁ ନେଇ ସହରଠାରୁ ଗାଁ ଯାଏଁ ରହିଛି ସଂଗଠନ । କଂଗ୍ରେସର ଯୁବ କଂଗ୍ରେସ, ବିଜେପିର ଯୁବ ମୋର୍ଚ୍ଚା ଏବଂ ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି ଶାସନରେ ଥିବା ବିଜେଡିର ଯୁବ ବିଜେଡି ସଂଗଠନ କାର୍ଯ୍ୟ କରୁଛି । ମାତ୍ର ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ବେକାର ଯୁବକ ଯୁବତୀଙ୍କ ପାଇଁ ଅଣ୍ଟା ଭିଢ଼ୁଛନ୍ତି, ନା କେବଳ ନିର୍ବାଚନ ଆସିଲେ ଯୁବକମାନେ ବିଭିନ୍ନ ଦଳ ପାଇଁ ରାଜନୈତିକ ମୋହରା ଭାବେ ବ୍ୟବହାର ହେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ।

ଏନେଇ ଏବେ ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ଦୁଇ ଦଳକୁ ସମାଲୋଚନା କରିଛନ୍ତି । ବାଲେଶ୍ବର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯୁବପିଢି ଏବେ ନିଯୁକ୍ତି ପାଇଁ ଲଢେଇ କରୁଛନ୍ତି । ରଞ୍ଜନ କହିଛନ୍ତି,"ଉଭୟ ଦଳ ଦ୍ବାରା କେବଳ ଯୁବପିଢିଙ୍କୁ ପଥଭ୍ରଷ୍ଟ କରି ରାଜନୈତିକ ଫାଇଦା ଉଠାଯାଉଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୁଇ ଅପାରଗ ସରକାରଙ୍କୁ ଯେତେ ମୁଣ୍ଡ ପିଟି କିମ୍ବା ଆନ୍ଦୋଳନ କରି ହକ୍‌ ମାଗିଲେ ମଧ୍ୟ ମିଳି ପାରୁନାହିଁ । ଏଥିପାଇଁ ସବୁବର୍ଗର ଯୁବକମାନଙ୍କୁ ଆହ୍ଵାନ ଦିଆଯାଉଛି ଯେ ସମସ୍ତେ ଯୁବ କଂଗ୍ରେସ ସହ ମିଶି ନ୍ୟାୟ ମାଗିବାରେ ଆନ୍ଦୋଳନ ଆରମ୍ଭ କରିବା ଉଚିତ୍‌ ।"

ସେହିପରି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ବିଜେଡି ସରକାରର ଯୁବନୀତି ଉପରେ ବର୍ଷିଛନ୍ତି ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ । କହିଛନ୍ତି,"ରାଜ୍ୟ ସରକାର ଯୁବକଙ୍କ ଭବିଷ୍ୟତ କିମ୍ବା କ୍ୟାରିଅର ପ୍ରତି ଆଦୌ ଚିନ୍ତିତ ନୁହନ୍ତି । ବିଜୁ ଯୁବ ବାହିନୀ ନାମରେ ଗଢ଼ାଯାଇଥିବା ଦଳୀୟ ସଂଗଠନ ଏବେ କେଉଁଠି ବୋଲି ପ୍ରଶ୍ନ କରିବା ସହ ଯୁବକମାନଙ୍କୁ କେବଳ ନିର୍ବାଚନ ବେଳେ ବ୍ୟବହାର କରାଯାଉଛି । ଏଥିପାଇଁ ସରକାର ଯୁବକମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଯୋଜନା ପ୍ରସ୍ତୁତ କରିବାର ଆଵଶ୍ୟକତା ରହିଛି । ଯୁବକମାନେ ଦଳ ପାଇଁ ପ୍ରଚାର କରୁଛନ୍ତି, ମାତ୍ର ରାଜିନୀତିରେ ସାମ୍ନାକୁ ଆସି ପାରୁନାହାନ୍ତି ।"

ଏହା ମଧ୍ୟ ପଢନ୍ତୁ:-NUA Odisha Scheme: ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ନବୀନ ସରକାର କହିଲା କଂଗ୍ରେସ

ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସରକାରର ଯୁବ ବ୍ୟାପାରର ସଫଳତା ବଖାଣିଛନ୍ତି ବିଜେଡି ଯୁବ ସଭାପତି ତାପସ ପରିଡା । କହିଛନ୍ତି, "ପୁଣେ, ହାଇଦ୍ରାବାଦ ପରେ ଏବେ ଭୁବନେଶ୍ୱର IT ହବ ହେବାକୁ ଯେଉଛି । ଯେଉଁଠି ଅନେକ ବଡ଼ ବଡ଼ କମ୍ପାନୀ ସ୍ଥାପନ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ବହୁ ଯୁବକ ଯୁବତୀ କର୍ମନିଯୁକ୍ତି ପାଇବେ । ଏହାଛଡ଼ା ବିଜୁ ଯୁବ ବାହିନୀ ପାଇଁ ଯେଉଁ ବଜେଟ ପ୍ରସ୍ତୁତ ହୋଇଥିଲା ତାହା ଏବେ ଯୁବକମାନଙ୍କ ପାଇଁ ଯୁବ କଲ୍ୟାଣ ବୋର୍ଡ ହୋଇଛି । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (bsky) କାର୍ଡ ମାଧ୍ୟମରେ ଗରିବ ଶ୍ରେଣୀର ଲୋକେ ଉତ୍ତମ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି । ଏଥିପାଇଁ ଯୁବକ କେବେବି ପ୍ରତାରିତ ନୁହଁନ୍ତି ବରଂ ସେମାନଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ଚିନ୍ତିତ ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details