ଓଡିଶା

odisha

ETV Bharat / state

ମିଶନ ଶକ୍ତି ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଆମ୍ ଆଦମୀ ପାର୍ଟିର ବିକ୍ଷୋଭ

ବାଲେଶ୍ବରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

By

Published : Feb 28, 2023, 8:53 PM IST

aap protest in balasore
aap protest in balasore

ମିଶନ ଶକ୍ତି ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ବାଲେଶ୍ଵର:ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ସହାୟକ କର୍ମଚାରୀ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲଏସପିଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ ଦରମା ବୃଦ୍ଧି କରିବା ଦାବିରେ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ପୋଲିସ ଲାଇନ ପଡିଆ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିକ୍ଷୋଭ ସମୟରେ ଆମ ଆଦମୀ ପାର୍ଟି ପକ୍ଷରୁ ଶାସକ ଦଳର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଇଥିଲା। ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ କର୍ମଚାରୀ ମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରୁଥିବା ଆପ୍ ଅଭିଯୋଗ କରିଛି । ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

ଆପ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଗତ ଫେବୃଆରୀ 20 ତାରିଖରେ ପ୍ରାୟ 20 ହଜାର ମିଶନ ଶକ୍ତି ସହାୟକ କର୍ମଚାରୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି ଚିନ୍ତାବ୍ୟକ୍ତ କରି ନାହାନ୍ତି । 2023-24 ବଜେଟକୁ ଏକ ବଳକା ବଜେଟ ଅର୍ଥାତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ ବୋଲି ପ୍ରଶ୍ନ ଉଠୁଛି ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡି ମେଡ଼ିକାଲ କଲେଜରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ନାମଲେଖା

ଏମାନଙ୍କୁ କେବଳ ନିର୍ବାଚନରେ ପ୍ରଚାର କାମରେ ଲଗାଇବା ପାଇଁ ଏବଂ ସବୁଦିନେ ବିଜେଡି ପାଖରେ ଭୟଭୀତ କରି ରଖିବାର ଯୋଜନା ।" ଏଥିପାଇଁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆମ ଆଦମୀ ପାର୍ଟି ଦାବି କରିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରେରଣ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details