ଓଡିଶା

odisha

ETV Bharat / state

ଟଙ୍କା ନଦେଲେ ଗଡୁନି 108 ! ଭିଡିଓ ଭାଇରାଲ

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ 108 ଆମ୍ବୁଲାନ୍ସ କର୍ମଚାରୀ ଲାଞ୍ଚ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟଙ୍କା ନଦେଲେ ଗଡୁନି ଆମ୍ବୁଲାନ୍ସ

By

Published : Oct 24, 2019, 3:22 PM IST

ବାଲେଶ୍ଵର: ଗୋଟିଏ ପଟେ ରାଜ୍ୟ ସରକାର 5ଟି ଓ 'ମୋ ସରକାର' କାର୍ଯ୍ୟକ୍ରମ କରି ଦାୟିତ୍ବରେ ଖିଲାପ କରୁଥିବା ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଆଉ ଅନ୍ୟପଟେ ରୋଗୀଙ୍କ ପାଇଁ ଥିବା ମାଗଣା ସରକାରୀ ସେବା ଯୋଗାଇ ଦେବା କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିବା ଦେଖାଯାଇଛି । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ 108 ଆମ୍ବୁଲାନ୍ସ କର୍ମଚାରୀ ଲାଞ୍ଚ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ

ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ରୋଗୀଙ୍କୁ କଟକ ନେଇ ଯିବାକୁ ଥିବା ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ନଦେଲେ ଯିବେନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି ।

ପରେ ଆମ୍ବୁଲାନ୍ସ କର୍ମଚାରୀ ଜଣକ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେବା ପରେ ଆମ୍ବୁଲାନ୍ସ ଆଗକୁ ବଢିଥିଲା । ଏହି ଟଙ୍କା ନେଣ-ଦେଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ହେଲେ ଆଗକୁ ସାଧାରଣ ଲୋକଙ୍କ ସରକାରୀ ବିଧି ବ୍ୟବସ୍ଥା ଉପରୁ ଆସ୍ଥା ତୁଟି ଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏହି ଭିଡିଓ ଦେଖିବା ପରେ ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର ପଦାରେ ପଡିଛି । ଆଉ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ନେଇ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details