ଓଡିଶା

odisha

ETV Bharat / state

ଓଲଟିଲା ଏସିଡ ଟ୍ୟାଙ୍କର, ରାସ୍ତାରେ ହୁତୁହୁତୁ ନିଆଁ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା ଏସିଡ ଟ୍ୟାଙ୍କର। ଯାହାଫଳରେ ଟ୍ୟାଙ୍କରରେ ଥିବା କେମିକାଲ ବାହାରି ଗାଡି ସହ ରାସ୍ତାପାର୍ଶ୍ବରେ ନିଆଁ ଲାଗିଯାଇଛି।

By

Published : Mar 27, 2019, 11:46 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର


ବାଲେଶ୍ବର: ଏସିଡ ଟ୍ୟାଙ୍କରରେ ଲାଗିଲା ନିଆଁ । ଯାହାଫଳରେ ଟ୍ୟାଙ୍କରରେ ଥିବା କେମିକାଲ ବାହାରି ଗାଡି ସହ ରାସ୍ତାପାର୍ଶ୍ବରେ ନିଆଁ ଲାଗିଯାଇଛି। ଏହି ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ବର -60ନଂ ଜାତୀୟ ରାଜମାଳ ପୁର ବାଇପାସ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ବୁଧବାର ଭୋର 5 ଟା ବେଳେ କଲିକତା ଆଡୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଏସିଡ କେମିକାଲ (ସୋଡ଼ିୟମ ଓକସାଇଡ଼) ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହାଦ୍ବାରା ସେଥିରେ ଥିବା କେମିକାଲ ବାହାରି ଟ୍ୟାଙ୍କରଟି ଜଳିବାକୁ ଲାଗିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଖବର ପାଇ ଜଳେଶ୍ବର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଟ୍ୟାଙ୍କରଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଥିବା ଜଣାପଡିଛି ।ସାଧାରଣଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ଟ୍ୟାଙ୍କର ପାଖରେ ଜଗିରହିବା ସହ ସେ ସ୍ଥାନକୁ କାହାକୁ ଛଡା ଯାଉନାହିଁ। ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଏକ୍ସପର୍ଟ ଟିମ ଦ୍ଵାରା ତଦାରଖ କରି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଜଳେଶ୍ବର ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details