ଓଡିଶା

odisha

ETV Bharat / state

4 ଫୁଟିଆ ବିରଳ ଦୁଧିଆବୋଡ଼ା ସାପ ଉଦ୍ଧାର

ବିରଳ 4 ଫୁଟିଆ ଦୁଧିଆବୋଡ଼ା ସାପ ଉଦ୍ଧାର । ବାଲେଶ୍ବର ନୀଳଗିରି ଅଞ୍ଚଳ ପଞ୍ଚଲିଙ୍ଗେଶ୍ବରର ଏକ ଦୋକାନ ଭିତରେ ସାପଟି ପଶି ଯାଇଥିଲା । ପରେ ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ସାପଟିକୁ ଉଦ୍ଧାର କରି ଦେବଗିରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 27, 2019, 3:01 PM IST

Updated : Jun 27, 2019, 3:50 PM IST

ବାଲେଶ୍ଵର: ନୀଳଗିରି ଅଞ୍ଚଳରୁ ଏକ ବିରଳ ପ୍ରଜାତି ତଥା ଲୋପ ପାଉଥିବା ଏକ 4 ଫୁଟିଆ ଦୁଧିଆବୋଡା ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ପଞ୍ଚଲିଙ୍ଗେଶ୍ୱରର ଏକ ଦୋକାନ ଭିତରେ ଏକ ସାପ ପଶିଯିବାରୁ ଦୋକାନୀ ଭୟଭୀତ ହୋଇଯାଇଥିଲେ । ତାହା କେଉଁ ପ୍ରଜାତିର ସାପ ବୋଲି ଦୋକାନୀ କି ସେଠାରେ ଥିବା ଲୋକମାନେ ମଧ୍ୟ ଜାଣି ପାରିନଥିଲେ। ସାପକୁ ଦୋକାନ ଭିତରୁ କାଢ଼ିବା ପାଇଁ ଦୋକାନୀ ଟୁରିଷ୍ଟ ଗାଇଡ଼ଙ୍କୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗାଇଡ଼ ମନୋରଞ୍ଜନ ଦାସ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଦେବଗିରି ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଏହି ସାପ ବଂଶ ଏବେ ଲୋପ ପାଉଥିବା ଯୋଗୁଁ ଏହା ଏବେ ବିରଳ ସଦୃଶ ବୋଲି ଜଣାପଡିଛି ।

ବଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 27, 2019, 3:50 PM IST

For All Latest Updates

ABOUT THE AUTHOR

...view details