ବାଲେଶ୍ବର: ଜିଲ୍ଲାରେ ମତଦାନ ପରେ ଅଘଟଣ । ଭୋଟ ଦେଇ ଫେରୁଥିବା ବେଳେ ଖରା ଯୋଗୁଁ ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ମହାଦେବସରାଇ ଗ୍ରାମର 60 ବର୍ଷୀୟ ହରି ଦେହୁରୀ । ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ୬ ନମ୍ବର ବୁଥ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି ।
ମତଦାନ ପରେ ଅଂଶୁଘାତରେ ଟଳିପଡିଲେ ବୃଦ୍ଧ - voting
2019-04-29 15:14:27
ମତଦାନ ପରେ ଅଂଶୁଘାତରେ ଟଳିପଡିଲେ ବୃଦ୍ଧ
ସୂଚନାନୁସାରେ ହରି ସକାଳ ଠାରୁ ଘରୁ ଭୋଟ ଦେବାକୁ ଆସି ଥିଲେ । ପ୍ରବଳ ଗରମ ଏବଂ ଭୋଟ କେନ୍ଦ୍ରରେ ଭିଡ ହୋଇଥିବା ଯୋଗୁଁ ତାଙ୍କର ଭୋଟ ଦେବାରେ ବିଳମ୍ବ ହୋଇଥିଲା । ତେବେ ଭୋଟ ଦେଇ ସାରିବା ପରେ ଭୋଟ କେନ୍ଦ୍ରରୁ ବାହାରି ସେ ମୁହଁମାଡି ପଡ଼ିଯାଇଥିଲେ ।
ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବାବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହରି ଦେହୁରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ