ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା

ବାଲେଶ୍ୱର ବସ୍ତା ଅଞ୍ଚଳରେ ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  ।

By

Published : May 21, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର: ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନା ଅନୁସାରେ, ଜିଲ୍ଲାର ବସ୍ତା ଥାନା ପାଣ୍ଡରୁଙ୍ଗି ଗ୍ରାମର ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ଫଳ ପ୍ରକାଶ ପରେ ଶଙ୍କର୍ଷଣ ପରୀକ୍ଷାରେ ଫେଲ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ।

ପରିବାର ଲୋକେ ତୁରନ୍ତ ବସ୍ତା ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ସଦର ବ୍ଲକ ମଣ୍ଡରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର ଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details