ଓଡିଶା

odisha

ETV Bharat / state

କର୍କଟ ଯନ୍ତ୍ରଣାରେ କଲବଲ ମୁଜିବୁର, ପୁଅ ପାଇଁ ସହାୟତା ମାଗୁଛି ପରିବାର

ବଞ୍ଚିବା ପାଇଁ ରାହା ଖୋଜୁଛି 5 ବର୍ଷର ଶିଶୁ । ଖେଳକୁଦ ବୟସରେ ଅସହ୍ୟ ଯନ୍ତ୍ରଣା । ନା ଜୀଇଁ ହଉଛି ନା ସହି ହଉଛି । ବଞ୍ଚିବା ପାଇଁ ନିଇତି ସଂଘର୍ଷ କରୁଛି ବାଲେଶ୍ବରର ଏହି କୋମଳମତି ଶିଶୁ ମୁଜିବୁର୍ । ଅଧିକ ପଢନ୍ତୁ...

ଖେଳକୁଦ ବୟସରେ ଯନ୍ତ୍ରଣାର ଛଟପଟ ମୁଯିବୁର୍, ଗଳାରେ ବଢିଚାଲିଛି କର୍କଟ
ଖେଳକୁଦ ବୟସରେ ଯନ୍ତ୍ରଣାର ଛଟପଟ ମୁଯିବୁର୍, ଗଳାରେ ବଢିଚାଲିଛି କର୍କଟ

By

Published : Apr 10, 2021, 3:43 PM IST

ବାଲେଶ୍ବର: ବଞ୍ଚିବା ପାଇଁ ରାହା ଖୋଜୁଛି 5 ବର୍ଷର ଶିଶୁ । ଖେଳକୁଦ ବୟସରେ ଅସହ୍ୟ ଯନ୍ତ୍ରଣା । ନା ଜୀଇଁ ହଉଛି ନା ସହି ହଉଛି । ବଞ୍ଚିବା ପାଇଁ ନିଇତି ସଂଘର୍ଷ କରୁଛି ବାଲେଶ୍ବରର ଏହି କୋମଳମତି ଶିଶୁ ମୁଜିବୁର୍ । ଦୁନିଆ କଣ ଜାଣିବା ପୂର୍ବରୁ କର୍କଟର ଶିକାର ହୋଇଛି ସେ । ଦାରିଦ୍ର୍ୟରେ ଯୁଝି ହେଉଥିବା ପରିବାର ପୁଅର ଚିକିତ୍ସା କରିପାରୁ ନାହାନ୍ତି । ଅର୍ଥ ସାଜିଛି ବାଧକ ।

କର୍କଟ ଯନ୍ତ୍ରଣାରେ କଲବଲ ମୁଜିବୁର, ପୁଅ ପାଇଁ ସହାୟତା ମାଗୁଛି ପରିବାର
ବାଲେଶ୍ବର ଜିଲ୍ଲା ସଦର ବ୍ଲକ 16 ନମ୍ବର ୱାର୍ଡ ପନ୍ତା ଗ୍ରାମର ଶେଖ୍ ହରମୁଚଉଦ୍ଦିନ ପୁଅକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରି ସାରିଲେଣି । ସ୍ଥାନୀୟ ଡାକ୍ତରଖାନା ଠାରୁ ଆରମ୍ଭ କରି ରାଜଧାନୀ ଏମ୍ସ ଯାଏଁ, ସବୁଆଡେ ପୁଅର ଚିକିତ୍ସା କରାଇଛନ୍ତି କିନ୍ତୁ ରୋଗରୁ ମୁକ୍ତ ପାଇପାରୁନି ନିବୋଧ ବାଳକ ମୁଜିବୁର୍ । 3 ବର୍ଷ ବୟସରେ ପ୍ରଥମେ ମୁଜିବୁରକୁ ଜର ହେବା ସହ ଦେହହାତ ଫୁଲି ଯାଇଥିଲା । ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ରୋଗ ଭଲ ହୋଇଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ଆଣିଥିଲେ, ସେଠାର ଦେହହାତ ଫୁଲିବା ଛାଡି ଯାଇଥିଲା ମାତ୍ର ଗଳା ଫୁଲିବା ଆରମ୍ଭ ହୋଇଯାଇଥିଲା । ଡାକ୍ତର କର୍କଟ ହୋଇଥିବା ସନ୍ଦେହ କରିଥିଲେ ମାତ୍ର ଲକଡାଉନ୍ କାରଣରୁ ପରିବାର ଲୋକେ ପରୀକ୍ଷା କରାଇ ପାରିନଥିଲେ । ବର୍ତ୍ତମାନ ମୁଜିବୁରଙ୍କୁ କର୍କଟ ହୋଇଥିବା ରିପୋର୍ଟ ଆସିବା ପରେ ବାପା-ମାଙ୍କ ଉପରେ ଚଡକ ପଡିଛି ।

ବର୍ତ୍ତମାନ ସୁଦ୍ଧା ମୁଯିବୁର ପାଇଁ ଧାର କରଜ କରି ସାଢେ 3 ଲକ୍ଷ ଖର୍ଚ୍ଚ କରି ସାରିଲେଣି ପରିବାର ଲୋକେ । ଶେଷରେ କିଛି ଉପାୟ ନପାଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲେ ମୁଯିବୁରର ମାତା-ପିତା । ଏହାସହ ସଦର ବିଧାୟକ ସ୍ବରୂପ ଦାସ ମଧ୍ୟ ଆସି ପହଞ୍ଚି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ କଅଁଳ ବୟସରେ କର୍କଟ ଯନ୍ତ୍ରଣା, ସହାୟତା ପ୍ରତିଶୃତି ମିଳିଥିଲେ ବି ନିଷ୍କପଟ ଆଖି ଖୋଜୁଛି ବଞ୍ଚିବାର ରାହା । ଯଦି କୌଣସି ସହୃଦୟ ବ୍ୟକ୍ତି ଶିଶୁଟିକୁ ସାହାଯ୍ୟ କରନ୍ତେ ତେବେ ହଜିଯାଇଥିବା ହସ ପୁଣି ଫେରି ଆସନ୍ତା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details