ବାଲେଶ୍ବର: 5 ଡକାୟତଙ୍କୁ ଗିରଫ କରିଛି ଖଇରା ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ମୋବାଇଲ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗତ 8ତାରିଖରେ ସୋର ଠାରେ ଥିବା ଭାରତୀ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ମମତାମୟୀ ନାୟକ ଡଗରପଡାରୁ ଟଙ୍କା କଲେକ୍ସନ କରି ସୋର ଫେରୁଥିଲେ। ଡାଲଙ୍ଗ ରାସ୍ତାରେ ବାଇକରେ ତିନି ଦୁର୍ବୃତ୍ତ ଆସି ମମତାକୁ ଭୁଜାଲି ରେ ଆକ୍ରମଣ କରି ତାଙ୍କ ପାଖରେ ଥିବା 1ଲକ୍ଷ 60ହଜାର ଟଙ୍କା ଲୁଟି ନେଇଥିଲେ। ତିନି ଜଣଙ୍କ ମୁହଁରେ କପଡା ବନ୍ଧା ଯାଇଥିଲା ।