ବାଲେଶ୍ବର: ଖଇରା ବ୍ଲକ ବରଦା ପଞ୍ଚାୟତରେ ଅଭାବନୀୟ ଘଟଣା । ଖେଳୁଥିବା ସମୟରେ କେନାଲରେ ପଡ଼ି 4 ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମିର୍ଜାପୁର ଗ୍ରାମର ଚନ୍ଦ୍ରମଣି ମୁର୍ମୁଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ହିଡରେ ତାଙ୍କର 4ବର୍ଷର ଶିଶୁପୁତ୍ରକୁ ବସାଇ ଦେଇଥିଲେ । ଶିଶୁଟି ଖେଳୁଥିବା ବେଳେ ପାଖରେ ଥିବା ଏକ କେନାଲରେ ପଡିଯାଇଥିଲା। ପିଲାଟିକୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି ।