ଓଡିଶା

odisha

ETV Bharat / state

ଫେଲ ହେଲା ଡକାୟତି ଯୋଜନା, ବିପୁଳ ପରିମାଣର ମାରଣାସ୍ତ୍ର ଜବତ - ଡକାୟତ

ଡକାୟତି ଯୋଜନା ବେଳେ ଗିରଫ ହେଲେ 4 ଦୁର୍ବୁତ୍ତ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କଲା ପୋଲିସ । ନିର୍ବାଚନ ସମୟରେ କୌଣସି ରାଜନୈତିକ ଆକ୍ରୋଶ ପାଇଁ ଯୋଜନା ଚାଲିଥିବା ନେଇ ସ୍ପଷ୍ଟ କଲା ବାଲେଶ୍ୱର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

By

Published : Apr 15, 2019, 7:06 PM IST

ବାଲେଶ୍ୱର: ଟାଉନ ପୋଲିସକୁ ସଫଳତା । ଏକ ବଡ ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଉଦ୍ୟମକୁ ବିଫଳ କରିଛି ପୋଲିସ । ଅପରାଧୀମାନଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏନେଇ ସୋମବାର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର


ସୂଚନାନୂଯାୟୀ, ଟାଉନ ଥାନା ଅଧିନ ବାଲିଘାଟ ଶିବ ମନ୍ଦିର ପଛପଟେ 7 ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ସଦଳବଳ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି 3 ଜଣ ଅପରାଧୀ ଫେରାର ହୋଇଯାଇଥିବା ବେଳେ ଅନ୍ୟ 4 ଡକାୟତ ପୋଲିସ ହାତରେ ଧରା ପଡ଼ିଛନ୍ତି।

ତେବେ ସେମାନଙ୍କ ନିକଟରୁ 5ଟି ବାଇକ, ଗୋଟିଏ 6 ରାଉଣ୍ଡ ବନ୍ଧୁକ, 3ଟି ଗୁଳି, 4ଟି ମୋବାଇଲ ଓ 3920 ଟଙ୍କା ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୋଲିସ। ସହରର ବ୍ୟବସାୟ ପ୍ରତିଷ୍ଠାନ ଉପରେ ସେମାନଙ୍କ ନଜର ଥିବା ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି। ଗିରଫ ଅପରାଧୀମାନେ ପରଞ୍ଜୟ ଦାସ, ସୁରେଶ ଜେନା, ଜ୍ୟୋତିରଞ୍ଜନ ପୁହାଣ ଓ ମନୋଜ କୁମାର ଦାସ ବୋଲି ଜଣାପଡ଼ିଛି।

ତେବେ ନିର୍ବାଚନ ସମୟ ଥିବାବେଳେ କୌଣସି ରାଜନୈତିକ ଆକ୍ରୋଶ ପାଇଁ ଯୋଜନା ଚାଲିଥିବା ନେଇ ସ୍ପଷ୍ଟ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ବାଲେଶ୍ୱର ସହରରେ ଏମିତି ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପୋଲିସ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଆଡ଼ିସିନାଲ ଏସପି ତପନ କୁମାର ପଟ୍ଟନାୟକ, ଡିଏସପି ଉମେଶ କୁମାର ପଣ୍ଡା, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details