ଓଡିଶା

odisha

ETV Bharat / state

ବଜ୍ରପାତରେ 3 ମୃତ, ୬ ଗୁରୁତର

ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ମଥାନି ଗ୍ରାମର ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Aug 7, 2021, 6:42 PM IST

ବଜ୍ରପାତରେ 3 ମୃତ, ୬ ଗୁରୁତର
ବଜ୍ରପାତରେ 3 ମୃତ, ୬ ଗୁରୁତର

ବାଲେଶ୍ଵର: ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ମଥାନି ଗ୍ରାମର ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଗୁରୁତର ହୋଇଛନ୍ତି । ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲିଥିବାବେଳେ ବିଲରେ ସମସ୍ତେ ଧାନ ରୋପଣ କାମ କରୁଥିଲେ ।

ବଜ୍ରପାତରେ 3 ମୃତ, ୬ ଗୁରୁତର

ପ୍ରବଳ ବର୍ଷା ଓ ଘଡଘଡି ଯୋଗୁଁ କାମ କରୁଥିବା ଲୋକଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ସିଂଲା ଥାନା ଶାସନ ଗ୍ରାମର ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ସେହିପରି ବରଡ଼ିହା ଗ୍ରାମର ଜଣେ ମୃତ ଓ ତିନିଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବସ୍ତା ଓ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details