ଓଡିଶା

odisha

ETV Bharat / state

22ଗ୍ରାମ ହେରୋଇନ ଜବତ, ଅଭିଯୁକ୍ତ ଗିରଫ

ବାଲେଶ୍ୱରରୁ ଜବତ ହେଲା  22ଗ୍ରାମ ହେରୋଇନ । ଜବତ ହେରୋଇନର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Mar 27, 2019, 9:04 PM IST

ବାଲେଶ୍ୱର: ମୋବାଇଲ ସ୍କ୍ୱାର୍ଡ ପାଟ୍ରୋଲିଂ ବେଳେ ଜବତ ହେଲା 22ଗ୍ରାମ ହେରୋଇନ । ଜବତ ହେରୋଇନର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବାଲେଶ୍ୱରର ଅବକାରୀ ବିଭାଗର ପକ୍ଷରୁ ହୋଇଥିଲା ଏହି ଚଢାଉ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ବୁଧବାର ସହର ଭିତରେ ପାଟ୍ରୋଲିଂ କରୁଥିଲେ । ସହଦେଵଖୁଣ୍ଟା ଓଭର ବ୍ରିଜ ନିକଟସ୍ଥ ଆନନ୍ଦ ବଜାର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପୋଲିସକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତି ଜଣଙ୍କୁ କାବୁ କରିଥିଲା ପୋଲିସ । ତାଙ୍କ ନିକଟରୁ 22 ଗ୍ରାମ ହେରୋଇନ ଜବତ କରିଥିଲା ମୋବାଇଲ ଟିମ।

ଗିରଫ ଯୁବକ ଜଣଙ୍କ ବାହାନଗା ବ୍ଲକ କମାରିପୁର ଅଞ୍ଚଳର ବୋଲି ଜଣାପଡିଛି। ସେ ବାଲେଶ୍ଵର ଅଡ଼ର ବଜାରରୁ ହେରୋଇନ କିଣି ନେଉଥିବା ସ୍ୱୀକାର କରିଛି । କିନ୍ତୁ ସେ ବେପାର ନୁହେଁ ବରଂ ନିଜେ ଖାଇବା ପାଇଁ ନେଉଥିବା ପ୍ରକାଶ କରିଛି। ତେବେ ଏନେଇ ତଦନ୍ତ ଜାରି ରହିଛି ବୋଲି ଅବକାରୀ ମୋବାଇଲ ୟୁନିଟ ଆଇଆଇସି ଉଦେଲାଲ ନାୟକ କହିଛନ୍ତି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details