ବାଲେଶ୍ଵର: ଗୁରୁବାର ଗାଡିଆରେ ବୁଡି 2 ବର୍ଷର ଶିଶୁର ମୃତ୍ୟୁ । ବାଲେଶ୍ବର ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅଧିନସ୍ଥ ଆରବନ୍ଧ ପଞ୍ଚାୟର ଡାହିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ଉକ୍ତ ଗାଁର ଜୟନ୍ତ ବାଗଙ୍କ 2ବର୍ଷର ଶିଶୁପୁତ୍ର ଦିପୁନ ସକାଳେ ଖେଳୁଥିଲେ । ଏହି ସମୟରେ ବାଡ଼ିରେ ଥିବା ନିଜ ଗାଡ଼ିଆକୁ ଖସି ପଡିଥିଲା। ପରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଡ଼ିଆରେ ଶିଶୁଟି ଭାସୁଥିବାର ଦେଖି ତାକୁ ଉଦ୍ଧାର କରି ବାଇକରେ ବରହମପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ ।