ଓଡିଶା

odisha

ETV Bharat / state

ଦୋକାନ ବଜାର ବନ୍ଦ କରି ଶହୀଦଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ପୁଲଓ୍ୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଆଜି ସର୍ବଭାରତୀୟ ବଣିକ ସଂଘ ଦେଇଛି ବନ୍ଦ ଡାକରା । ଏଥିରେ ବାଲେଶ୍ୱର ସମେତ ଜଳେଶ୍ୱର, ବସ୍ତା, ଭୋଗରାଇ, ବାଲିଆପାଳ, ଖଇରା, ସୋର ଆଦି ସ୍ଥାନରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ କରାଯାଇଛି।

By

Published : Feb 18, 2019, 2:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ପୁଲଓ୍ୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଆଜି ସର୍ବଭାରତୀୟ ବଣିକ ସଂଘ ଦେଇଛି ବନ୍ଦ ଡାକରା । ଏଥିରେ ବାଲେଶ୍ୱର ସମେତ ଜଳେଶ୍ୱର, ବସ୍ତା, ଭୋଗରାଇ, ବାଲିଆପାଳ, ଖଇରା, ସୋର ଆଦି ସ୍ଥାନରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ କରାଯାଇଛି।

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯାଇଥିବା ଡାକରାକୁ ସଫଳ କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ରାଲି କରାଯାଉଛି । ଏହାସହ ଶହୀଦଙ୍କ ଉଦେଶ୍ୟରେ ଦେଶ ପାଇଁ ଏକ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଛି। ପାକିସ୍ଥାନ କରିଥିବା ଏହି ଆତ୍ମଘାତୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି । ପ୍ରତି ଛକରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଉଛି।

ପୁଲୱାମା ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିଲେ 46 ଜଣ ସିଆରପିଏଫ ଯବାନ। ଏଥିରେ ଅନେକ ଆହତ ହୋଇଛନ୍ତି। ସାରା ଦେଶ ଏଥିରେ ମର୍ମାହତ ହୋଇଥିବା ବେଳେ ବଦଲା ନେବା ପାଇଁ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । ସେପଟେ ଯବାନଙ୍କ ପାଇଁ ଚାରିଆଡୁ ଛୁଟୁଛି ଶ୍ରଦ୍ଧାଞ୍ଜଳି । ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ମାର୍ଚ୍ଚ କରାଯିବା ସହ ଭାରତୀୟଙ୍କଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ପାକିସ୍ଥାନର ଏହି କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରାଯାଇଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details