ବଲାଙ୍ଗୀର:ଶୀତଳଷଷ୍ଠୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା । ତଦନ୍ତ କରି ଘଟଣାର ଦୁଇ ଦିନ ପରେ ଦୁଇ ଯୁବକକୁ ଗିରଫ କଲା ପୋଲିସ । ମୃତ ଯୁବକ ହେଉଛନ୍ତି ସରୋଜ ପାଣିଗ୍ରାହୀ । ଗୋଷ୍ଠୀ ବିବାଦରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଯାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ।
ମିଳିଥିବାସୂଚନା ଅନୁଯାୟୀ, ଗତ 24 ତାରିଖ ଦିନ ବଲାଙ୍ଗୀର ଗେଟ ସରୋବର ପଡ଼ାର ଯୁବକ ସରୋଜ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ପ୍ରେମ ସାହୁ ବ୍ରାହ୍ମଣ ପଡ଼ାର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଆସିଥିଲେ । ଏଠାରୁ ସେମାନେ ଭୋର ସମୟରେ ବଲାଙ୍ଗୀର ନୃସିଂହ ମନ୍ଦିର ଠାରେ ଚା’ ଦୋକାନରେ ଥିବା ବେଳେ କିଛି ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଫଳରେ ଅପର ପକ୍ଷର ଯୁବକ ସରୋଜ ଓ ତାଙ୍କ ସାଙ୍ଗ ପ୍ରେମତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସରୋଜ ଓ ପ୍ରେମତା ଗୁରୁତର ହୋଇପଡିଥିଲେ।
ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃଦୁଇ ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସରୋଜ ପାଣିଗ୍ରାହୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ସରୋଜ ପାଣିଗ୍ରାହୀ ବଲାଙ୍ଗୀର ପୌର ପରିଷଦରେ କିଛି ଦିନ ହେବ ନିଜ ବାପାଙ୍କ ଚାକିରି ପାଇ କାର୍ଯ୍ୟ କରୁଥିଲେ । ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ତ୍ବରିତ ପଦକ୍ଷେପ ନେଇ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ।