ଓଡିଶା

odisha

ETV Bharat / state

ପ୍ରେମିକା ଛାଡି ଚାଲିଯିବାରୁ ପ୍ରେମିକର ଆତ୍ମହତ୍ୟା !

ବଲାଙ୍ଗୀର କଣ୍ଟାବାଞ୍ଜିରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

କଳହର କରୁଣ ପରିଣତି, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

By

Published : Nov 24, 2019, 9:00 PM IST

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜିରେ ରବିବାର ଜଣେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପୋଲିସ ସଂମ୍ପୃକ୍ତ ଯୁବକର ଘରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

କଳହର କରୁଣ ପରିଣତି, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ବଲାଙ୍ଗୀର କଣ୍ଟାବାଞ୍ଝି ଥାନା ଅଣ୍ଡାଲପୁରି ଗାଁରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଝି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ମୁକୁନ୍ଦ ବାଗ। ମୃତ ମୁକୁନ୍ଦ ମହୁବାହାଲି ଗାଁର ଜଣେ ଯୁବତୀକୁ ବୈଦିକ ରିତିରେ ବିବାହ କରିଥିବାବେଳେ ଧାମନଡଙ୍ଗା ଗାଁର ଜଣେ ଅନ୍ୟ ଜାତିର ଯୁବତୀକୁ ପ୍ରେମ କରି ଘରକୁ ଆଣିଥିଲା । ଏହାକୁ ନେଇ ଘରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ତେବେ 2 ଦିନ ହେବ ଘରକୁ ଆଣିଥିବା ଯୁବତୀ କୁଆଡେ ଚାଲିଯାଇଥିବା ବେଳେ ଏନେଇ ମୁକୁନ୍ଦଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । ତେବେ ଶନିବାର ରାତିରେ ଘରେ କେହି ନଥିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details