ବଲାଙ୍ଗୀର:ଦେଶରେ ଚାଲିଥିବା ଟୀକାକରଣର ଶ୍ରେୟ ନେବାକୁ ଚାଲିଛି ଟଣାଓଟରା । ଏହା ସହିତ ଟୀକାକରଣ କେନ୍ଦ୍ରରେ ରାଜ୍ୟ ସରକାରଙ୍କର ନା କେନ୍ଦ୍ର ସରକାରଙ୍କ ଫଟୋ ଲାଗିବ ତାକୁ ନେଇ ଚାଲିଛି ଯୁଦ୍ଧ । ଏହି ଫଟୋ ଯୁଦ୍ଧକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଜିଲ୍ଲା ଛାତ୍ର କଂଗ୍ରେସ । ରାଜ୍ୟରେ ଏବେ କୋରୋନା ଟୀକାକରଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ଏଥିରେ ଦୁଇ ସରକାରଙ୍କ ମଧ୍ୟରେ ଫଟୋ ଯୁଦ୍ଧ ମଧ୍ୟ ଚାଲିଛି ।