ଓଡିଶା

odisha

By

Published : Jun 16, 2021, 4:08 PM IST

ETV Bharat / state

ବଲାଙ୍ଗୀର ପୋଲିସର ଖୁଲାସା: ପ୍ରେମ ପାଇଁ ଯୁବକ କରିଥିଲା ବନ୍ଧକ

ଗତକାଲି ବନ୍ଧୁକ ମୁନରେ ଗୋଟିଏ ପରିବାରକୁ ବନ୍ଧକ କରି ରଖିଥିଲା ଜଣେ ଯୁବକ। ତେବେ ଏହା ପଛରେ ପ୍ରେମ କାରଣ ଥିବା ଆଜି ସ୍ପଷ୍ଟ କରିଛି ପୋଲିସ। ଅଧିକ ପଢନ୍ତୁ...

ବଲାଙ୍ଗୀର ପୋଲିସର ଖୁଲାସା: ପ୍ରେମ ପାଇଁ ଯୁବକ କରିଥିଲା ଗୁଳିକାଣ୍ଡ
ବଲାଙ୍ଗୀର ପୋଲିସର ଖୁଲାସା: ପ୍ରେମ ପାଇଁ ଯୁବକ କରିଥିଲା ଗୁଳିକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀର ଗତ କାଲି ଜଣେ ଯୁବକ ଗୋଟିଏ ପରିବାରକୁ ବନ୍ଧୁକ ମୁନରେ ଦୀର୍ଘ ଘଣ୍ଟା ଧରି ପଣବନ୍ଦି କରି ରଖିଥିଲା। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ପୋଲିସ ପରିବାର ଲୋକଙ୍କୁ ଛଡ଼ାଇବା ସହ ଯୁବକଙ୍କୁ ମଧ୍ୟ ଜୀବିତ ଗିରଫ କରିଥିଲା। ତେବେ ଏହା ପଛରେ ପ୍ରେମ ସମ୍ପର୍କ ଥିଲା ବୋଲି ଆଜି ପୋଲିସ ସ୍ପଷ୍ଟ କରିଛି।

ବଲାଙ୍ଗୀର ପୋଲିସର ଖୁଲାସା: ପ୍ରେମ ପାଇଁ ଯୁବକ କରିଥିଲା ଗୁଳିକାଣ୍ଡ

ପୋଲିସର ସୂଚନା ଅନୁସାରେ ବଲାଙ୍ଗୀର ତାଳପାଲି ପଡାର ଯୁବକ ବିକ୍ରମ ପଣ୍ଡା ଓ ସମ୍ପୃକ୍ତ ପରିବାରର ଜଣେ ସମ୍ପର୍କୀୟ ଯୁବତୀ ସହିତ ପ୍ରେମ ସମ୍ପର୍କ ଥିଲା। ତେବେ ଏହି ପ୍ରେମ ସମ୍ପର୍କରେ ଯୁବକ ଜଣକ ଧୋକା ଖାଇଥିବାର ଜାଣି ଏହି କାଣ୍ଡ ଭିଆଇଥିଲା। ଯେଉଁଥିରେ ଯୁବକ ଜଣକ ପ୍ରଥମେ ଯୁବତୀଙ୍କୁ ଖୋଜି ଯୁବତୀରେ ପୈତୃକ ଗ୍ରାମ ଚନ୍ଦନ ଭାଟିକୁ ଯାଇ ଖୋଜାଖୋଜି କରିଥିଲା। ହେଲେ ସେଠି ତାକୁ ନପାଇବାରୁ ସେ ପରେ ବଲାଙ୍ଗୀର ଶାନ୍ତି ପଡା ସ୍ଥିତ ତାର ମାମୁଁ ଘରକୁ ଆସିଥିଲା। ସେଠାରେ ମଧ୍ୟ ଯୁବତୀଙ୍କୁ ସେ ପାଇ ନଥିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ସେ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ମୁନରେ ତାଙ୍କୁ ବନ୍ଧକ କରି ରଖିଥିଲା।

ତେବେ ସମ୍ପୃକ୍ତ ଯୁବତୀଙ୍କୁ ଡକାଇବା ପାଇଁ ସେ ଦାବି କରିଥିଲା। ସେପଟେ ଏହି ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ଯୁବକର ପରିବାର ଲୋକଙ୍କୁ ଡକାଇ ସମାଧାନର ବାଟ ଖୋଜିଥିଲା। ହେଲେ ସେଥିରେ ପୋଲିସ ବିଫଳ ହେବା ପରେ ଚତୁରତା ସହ ପୋଲିସ ପଣବନ୍ଦି ଥିବା ପରିବାରର ତିନି ଜଣ ସଦସ୍ୟଙ୍କୁ ଉଧାର କରିଥିଲା ଏବଂ ସେହି ଯୁବକକୁ ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ଯୁବକ ଜଣକ ଏହାରି ମଧ୍ୟରେ ତିନି ରାଉଣ୍ଡ ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରିଥିଲା।

ସେପଟେ ବଲାଙ୍ଗୀର ଏସପି, ଏସପିଙ୍କ ପିଏସ ଓ ବଲାଙ୍ଗୀର ଏସଡିପିଓ ନିଜେ ସାହସିକତାର ପରିଚୟ ଦେଇ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ। ପୋଲିସ ସେହି ଯୁବକଙ୍କୁ ଗିରଫ କରିଥିବା ବେଳେ ତା ଠାରୁ ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଖାଲି ଗୁଳି ଖୋକା ଓ ଗୋଟିଏ ଭୁଜାଲି ପୋଲିସ ଜବତ କରିଛି। ସେହିପରି ଯୁବକର ଡାକ୍ତରୀ ମାଇନା ପରେ ଆଜି ତାକୁ କୋର୍ଟ ଚାଲାଣ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details