ବଲାଙ୍ଗୀର:ଜିଲ୍ଲାରେଯାଦବ ଭାଇଭଉଣୀ ମାନେ ରୀତିନୀତି ପରମ୍ପରା ଅନୁଯାୟୀ ଧୁମଧାମରେ ଦୋଳ ପୂର୍ଣ୍ଣିମା ପାଳନ କରିଛନ୍ତି । ବଲାଙ୍ଗୀର ଯାଦବ ଭବନରେ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ପାରମ୍ପରିକ ବାଡ଼ିଖେଳ ସହ ପାରମ୍ପରିକ ବାଦ୍ୟ ସଙ୍ଗୀତରେ ଯାଦବମାନେ ଝୁମିଛନ୍ତି ।
ଦୀର୍ଘ ଦୁଇ ବର୍ଷ ପରେ ଏହି ଦୋଳ ମହୋତ୍ସବ ଆୟୋଜନ ହୋଇଛି । ଯାଦବମାନେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ନେଇ ସହର ପରିକ୍ରମା କରିଥିଲେ । ଏହି ଦୋଳ ମହୋତ୍ସବରେ ବଲାଙ୍ଗୀର ରାଜା ପରିବାରର ରାଜକୁମାର ଅର୍କେଶ୍ ସିଂହଦେଓ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଯା ମଞ୍ଜରୀ ସିଂହଦେଓ ମଧ୍ୟ ସାମିଲ ହୋଇଥିଲେ । ଦୁହେଁ ଯୁଗଳ ମୂର୍ତ୍ତିଙ୍କ ପାଲିକି କାନ୍ଧେଇ ସହର ପରିକ୍ରମାର ଶୁଭାରମ୍ଭ କରିଥିଲେ । ଅର୍କେଶ୍ ସିଂହଦେଓ ଓ ତାଙ୍କ ପତ୍ନୀ ହୋଲି ଅବସରରେ ବଲାଙ୍ଗୀରବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।