ବଲାଙ୍ଗୀର:ବିୟର କାରଖାନାରେ ଜଣେ ଶ୍ରମିକର ମୃତ୍ୟୁ । ଶ୍ରମମନ୍ତ୍ରୀ ଦେଲେ ତଦନ୍ତ ଓ କ୍ଷତି ପୁରଣର ପ୍ରତିଶୃତି। ବଲାଙ୍ଗୀର ଜିଲ୍ଲା ବେଲାପଡା ସରମୁହାନ ଠାରେ ଥିବା ମାଇକଳ ବିୟର କାରଖାନାରେ ଏହି ଘଟଣା ଘଟିଛି। ବେଲ ପଡ଼ା ନୁଂହାଡ ଗ୍ରାମର ଶ୍ରମିକ ବିଶ୍ଵନାଥ ହଂସ ଆଜି କାରଖାନାର କୁଲିଂ ଟାୱାରକୁ ମରାମତି ପାଇଁ ଚଢ଼ିଥିଲେ। ତେବେ ବିନା କୌଣସି ସୁରକ୍ଷାରେ ସେ କାମ କରୁଥିବା ବେଳେ ସେଠୁ 25 ଫୁଟ ତଳକୁ ଖସି ପଡ଼ିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଏହାର ତଦନ୍ତ ଓ କ୍ଷତି ପୁରଣ ଦାବି କରିଛନ୍ତି।
ବିୟର କାରଖାନାର ଶ୍ରମିକଙ୍କ ମୃତ୍ୟୁ, ତଦନ୍ତ ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ଶ୍ରମମନ୍ତ୍ରୀ - ବଲାଙ୍ଗୀରରେ ଶ୍ରମିକ ମୃ୍ତ୍ୟୁ
ବଲାଙ୍ଗୀରରେ ବିୟର କାରଖାନାରେ ପ୍ରାଣ ହରାଇଥିବା ଶ୍ରମିକ ପରିବାରକୁୁ କ୍ଷତି ପୂରଣ ପ୍ରତିଶ୍ରୁତି ଦେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ।ଅଧିକ ପଢନ୍ତୁ...
ବିୟର କାରଖାନାର ଶ୍ରମିକଙ୍କ ମୃତ୍ୟୁ, ତଦନ୍ତ ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ଶ୍ରମମନ୍ତ୍ରୀ
ସେପଟେ ବେଳପଡ଼ା ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଓଡ଼ିଶା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଗୁରୁତର ସହ ନେଇଥିବାବେଳେ ଶ୍ରମିକର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ