ବଲାଙ୍ଗୀର: ମହିଳା ମଞ୍ଚ ପକ୍ଷରୁ ମେଡିକାଲ କଲେଜ୍ କର୍ତ୍ତୁପକ୍ଷଙ୍କୁ ଘେରାଉ ।ବଲାଙ୍ଗୀର ଜିଲ୍ଲାର ମେଡିକାଲ କଲେଜରେ ଡାକ୍ତର ଅଭାବ, ନର୍ସ ଅଭାବ ଓ ରକ୍ଷଣା ବେକ୍ଷଣାରେ ଅନିୟମିତତାକୁ ନେଇ ଘେରାଉ କରିଥିଲେ।
ମହିଳା ମଞ୍ଚ ପକ୍ଷରୁ ମେଡିକାଲ କଲେଜ୍ କର୍ତ୍ତୁପକ୍ଷଙ୍କୁ ଘେରାଉ
ବଲାଙ୍ଗୀର ଜିଲ୍ଲାର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ମହିଳା ମଞ୍ଚ ପକ୍ଷରୁ ଡାକ୍ତର ଖାନା କର୍ତ୍ତୃପକ୍ଷଙ୍କୁ ଘେରାଉ କରାଯାଇଛି।
ବଲାଙ୍ଗୀର ଜିଲ୍ଲାର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ମହିଳା ମଞ୍ଚ ପକ୍ଷରୁ ଡାକ୍ତର ଖାନା କର୍ତ୍ତୃପକ୍ଷଙ୍କୁ ଘେରାଉ କରାଯାଇଛି। ତେବେ ଏହି ଡାକ୍ତରଖାନାରେ ଡାକ୍ତର ଅଭାବ, ନର୍ସ ଅଭାବ ଓ ରକ୍ଷଣା ବେକ୍ଷଣାରେ ଅନିୟମିତତା କୁ ନେଇ ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଘେରାଉ କରିଥିଲେ। ଏକ ଦାବିପତ୍ର ପ୍ରଦାନ କରିବାସହ ସମସ୍ୟା ସମାଧାନ ଶୀଘ୍ର କରିବାକୁ ଦାବି କରିଛନ୍ତି । ଯଦି ଦାବି ତୁରନ୍ତ ପୂରଣି ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ