ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଆରମ୍ଭ ହେଲା ସାପ୍ତାହିକ ସଟଡାଉନ - ବଲାଙ୍ଗୀର ମୁଖ୍ୟ ଖବର

କୋରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀରରେ ଆଜି ଠାରୁ ସାପ୍ତାହିକ ସଟଡାଉନ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

weekend shutdown started in balangir
ବଲାଙ୍ଗୀରରେ ଆରମ୍ଭ ହେଲା ସାପ୍ତାହିକ ସଟଡାଉନ

By

Published : Apr 17, 2021, 1:07 PM IST

ବାଲଙ୍ଗୀର:କୋରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀରରେ ଆଜି ଠାରୁ ସାପ୍ତାହିକ ସଟଡାଉନ ଆରମ୍ଭ ହୋଇଛି। ଯେଉଁଥିରେ ବଲାଙ୍ଗୀରରେ ସବୁ ଦୋକାନ ବଜାର ବନ୍ଦ ଥିବା ବେଳେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ କଟକଣା ଜାରୀ କରାଯାଇଛି ।

ବଲାଙ୍ଗୀରରେ ଆରମ୍ଭ ହେଲା ସାପ୍ତାହିକ ସଟଡାଉନ

ଜିଲ୍ଲାରେ କୋରୋନା ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଶତାଧିକ ସଂଖ୍ୟାରେ ବଢି ଚାଲିଛି। ସରକାର ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନାଇଟ କର୍ଫ୍ୟୁ ଜାରୀ କରିଛନ୍ତି । ବର୍ତ୍ତମାନ ଆଜିଠାରୁ ଜିଲ୍ଲାରେ ଏବେ ସପ୍ତାହିକ ସଟଡାଉନ ଆଜିଠୁଁ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଜିଲ୍ଲାରେ ସବୁଠି ଏହି ସଟଡାଉନ କରାଯାଇଥିବା ବେଳେ ଏଠି ଦୋକାନ ବଜାର ସବୁ ବନ୍ଦ ରହିଛି। ସେହିପରି ବିନା କାରଣରେ ଲୋକଙ୍କୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ତେବେ କଟକଣା ଯୋଗୁଁ ସବୁ ରାସ୍ତାଘାଟ ମଧ୍ୟ ଖାଲି ପଡ଼ିଛି ଏବଂ ଚାରିଆଡେ ପୋଲିସର କଡା ପହରା ଥିବା ଦେଖିବାକୁ ମିଳିଛି। ସେପଟେ ଆଜି ବଲାଙ୍ଗୀରରେ 92 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 719 ଜଣ ଆକ୍ଟିଭ ମାମଲା ରହିଛି। ସେହିପରି ଏଯାବତ 5 ଜଣଙ୍କର ମୃତ୍ୟୁ ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details