ଓଡିଶା

odisha

ETV Bharat / state

ପାଣି ସମସ୍ୟାରେ ଜର୍ଜରିତ ସାଲେବରଟ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝଲପରସ୍ଥିତ ସାଲେବରଟ ଗାଁରେ ଉତ୍କଟ ଜଳ ସଙ୍କଟର କରୁଣ ଚିତ୍ର । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳ ସମସ୍ୟା । ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି ଗ୍ରାମବାସୀ । ଗାଁରେ ନଳକୂପ ବସିଥିଲା ମାତ୍ର ସେ ଅକାମି ହୋଇ ପଡିରିହିଛି । ଶେଷରେ ସାହା ପାଲଟିଛି ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ନଦୀ ପାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : May 27, 2019, 8:39 PM IST

ବଲାଙ୍ଗୀର: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳ ସମସ୍ୟା । ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି ଗ୍ରାମବାସୀ । ଗାଁରେ ନଳକୂପ ବସିଥିଲା ମାତ୍ର ସେ ଅକାମି ହୋଇ ପଡିରିହିଛି । ଶେଷରେ ସାହା ପାଲଟିଛି ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ନଦୀ ପାଣି । ମାତ୍ର ସେ ମଧ୍ୟ ପାନୀୟ ଉପଯୋଗୀ ନୁହେଁ । ଏମାନଙ୍କ ପାଇଁ ସତେ ଯେମିତି ଅଭିଶାପ ପାଲିଟିଛି ଖରାଦିନ । ଏ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝଲପରସ୍ଥିତ ସାଲେବରଟ ଗାଁରେ ଉତ୍କଟ ଜଳ ସଙ୍କଟର କରୁଣ ଚିତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଗାଁର ଲୋକସଂଖ୍ୟା ପ୍ରାୟ ୧୫୦୦ । ଲୋକଙ୍କ ପାଇଁ ପୁରା ଗାଁରେ ଅଛି ୬ଟି ନଳକୂପ, ସେଥିରୁ ୩ଟି ଅଚଳ ହୋଇ ପଡିରହିଛି । ଅନ୍ୟ ୩ଟି ମଧ୍ୟରୁ ୨ଟି ନଳକୂପ ଚାଲୁଥିବାବେଳେ ଗୋଟିଏରୁ ଦୂଷିତ ପାଣି ବହାରୁଛି । ଏନେଇ ଗ୍ରାମବାସୀ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳଶୂନ । ସେପଟେ ଏହି ସମସ୍ୟାକୁ ନେଇ ଆମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଗାଁରେ ଅକାମି ହୋଇଥିବା ସବୁ ନଳକୂପ ଜଳ ଯୋଗାଣ ବ୍ୟବସ୍ଥାକୁ ଠିକ କରାଯିବା ସହ ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବା ନେଇ କହିଛନ୍ତି ପ୍ରଶାସନ ।


ଦିନକୁ ଦିନ ତାତି ବଢିବା ସାଙ୍ଗକୁ ପାଣି ମୁନ୍ଦାଏ ପାଇଁ ଗାଁ ଲୋକଙ୍କ ସମସ୍ୟା ବଢିବାକୁ ଲାଗିଛି । ଏମିତିରେ ପ୍ରଶାସନ ଏହି ସମସ୍ୟାକୁ ତୁରନ୍ତ ଦୁର କରିବା ଜରୁରୀ ହୋଇପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details