ଓଡିଶା

odisha

ମୃତଦେହକୁ ମିଳିଲାନି କାନ୍ଧ, ସାହା ହେଲା ସ୍ବେଚ୍ଛାସେବୀ ସଂଗଠନ

By

Published : Jan 4, 2023, 12:40 PM IST

ଅନ୍ୟ ଜାତିରେ ବିବାହ କରିବାରୁ ମୃତଦେହକୁ ମିଳିଲା ନାହିଁ କାନ୍ଧ । ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହିବା ପରେ ସ୍ବେଚ୍ଛାସେବୀ ସଂଗଠନ ମହିଳାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି ( voluntary organization conducted funeral ) । ଅଧିକ ପଢନ୍ତୁ

voluntary organization conducted funeral
ମୃତଦେହକକୁ ମିଳିଲାନି କାନ୍ଧ, ସାହା ହେଲା ସ୍ବେଚ୍ଛାସେବୀ ସଂଗଠନ

ମୃତଦେହକକୁ ମିଳିଲାନି କାନ୍ଧ, ସାହା ହେଲା ସ୍ବେଚ୍ଛାସେବୀ ସଂଗଠନ

ବଲାଙ୍ଗୀର: କୁସଂସ୍କାରର କରୁଣ ପରିଣତି । ଅନ୍ୟ ଜାତିରେ ବିବାହ କରିବାରୁ ମୃତ୍ୟୁ ପରେ ବି ପାଖ ମାଡିଲେନି ଗାଁ ଲୋକ । ଘଣ୍ଟା ଘଣ୍ଟା ଧରି ପଡିରହିଲା ମୃତଦେହ । ଖବର ପାଇଁ ସ୍ବେଚ୍ଛାସେବୀ ସଂଗଠନ ମହିଳାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି ( voluntary organization conducted funeral ) । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କରୁଆଁ ଝର ଗାଁରେ ।

ବଦଳୁଛି ସମାଜ, ବଦଳୁନି ମଣିଷ

ଆଧୁନିକ ଜୀବନ ବଞ୍ଚିଥିବା ଏ ସାମାଜରେ ଆଜି ବି ଭରି ରହିଛି କୁସଂସ୍କାର । ଏହିଭଳି ଜଣେ ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣରୁ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କେହି ପାଖ ମାଡ଼ି ନାହାଁନ୍ତି । ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିଥିବା ବେଳେ ସ୍ବେଚ୍ଛାସେବୀ ସଙ୍ଗଠନ ମହିଳାଙ୍କ ଶେଷକୃତ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା କରୁଆଁ ଝର ଗ୍ରାମର କମଳ ଲୋଚନ ପ୍ରଧାନ ତାଙ୍କ ପୁଅ ଅନିଲ କୁମାର ପ୍ରଧାନଙ୍କ ବିବାହ ଅମାରପାଲି ଗ୍ରାମର ସୀମାଞ୍ଜଳି ସାହୁଙ୍କ ସହ କରିଥିଲେ । ସମାଜର ଲୋକ ଏହାକୁ ନେଇ ଆପତ୍ତି ଉଠାଇବା ସହ ସଂପୃକ୍ତ ପରିବାରକୁ ଅନ୍ୟ ଜାତିରେ ବିବାହ କରିବା ଅଭିଯୋଗରେ ବାସନ୍ଦ କରିଥିଲେ ।

ଜୋରିମାନା ନେଲେ ଭୋଜି ଖାଇଲେ, କିନ୍ତୁ ମୃତଦେହକୁ ଛୁଇଁଲେନି

ପରବର୍ତ୍ତୀ ସମୟରେ ସମାଜର ଲୋକ ତାଙ୍କୁ 9 ହଜାର ଟଙ୍କା ଜରିମାନା କରି ଏକ ଭୋଜି କରିଥିଲେ। ଏହାପରେ ସଂପୃକ୍ତ କମଳ ଲୋଚନଙ୍କ ପରିବାରକୁ ସମାଜରେ ମିଶାଇ ଯିବା ଥିବା କଥା କହିଥିଲେ। ଏପଟେ ବିବାହର ତିନି ବର୍ଷ ପରେ କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ଅନିଲଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି । ମୃତଦେହ ଘରକୁ ଆଣିବା ପରେ କମଳ ଲୋଚନ ପ୍ରଧାନ ତାଙ୍କ ମୃତ ବୋହୂର ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ କହିଥିଲେ । ହେଲେ ଗ୍ରାମବାସୀ କେହି ପାଖ ମାଡ଼ି ନ ଥିଲେ। ତେବେ ସମାଜ ଏହି ପରିବାରଠୁ ଜରିମାନା ଆଦାୟ କରିବା ସହ ବାସନ୍ଦ ହଟିବା ପାଇଁ ଭୋଜି ଖାଇଥିବା ସତ୍ତ୍ବେ କେହି ପାଖ ମାଡ଼ିନ ଥିବାର କହିଛନ୍ତି ପୀଡ଼ିତ କମଳ ଲୋଚନ ପ୍ରଧାନ।

ଏହା ବି ପଢନ୍ତୁ... କଙ୍ଗାରୁ କୋର୍ଟରେ ଜୁଲୁମ, ପୀଡ଼ିତାଙ୍କ ପରିବାରକୁ ଖୁଣ୍ଟରେ ବାନ୍ଧି ନିର୍ଯାତନା !

ସ୍ବେଚ୍ଛାସେବୀ ସଙ୍ଗଠନ ବଢାଇଲା ସହଯୋଗର ହାତ

ସେପଟେ ମୃତ ମହିଳାଙ୍କ ଶବ ଘରେ ଅସହାୟ ଅବସ୍ଥାର ଦୀର୍ଘ ସମୟ ପଡ଼ି ରହିବା ପରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସାହାଯ୍ୟର ହାତ ବଢ଼ାଇଥିଲେ । ଗାଁକୁ ଯାଇ ମହିଳାଙ୍କ ମୃତଦେହ ଉଦ୍ଧାର କରି ବଲାଙ୍ଗୀର ସହର ସ୍ଥିତ ଶ୍ମଶାନ ଘାଟରେ ହିନ୍ଦୁ ପରମ୍ପରା ଅନୁଯାୟୀ ଶେଷକୃତ୍ୟ କରିଥିଲେ। ସ୍ଵାଧୀନ ହେବାକୁ 75 ବର୍ଷ ବିତିଥିଲେ ସୁଦ୍ଧା ଏଠି ଲୋକଙ୍କ ମନରେ ଏବେବି କୁପ୍ରଥା ଘର କରିଥିବାର କହିଛନ୍ତି ସ୍ବେଚ୍ଛାସେବୀ । ଏଭଳି ଅବସ୍ଥାରେ ସେମାନେ ନିଜେ ମହିଳାଙ୍କ ସଂସ୍କାର କରିଥିବା ବେଳେ ସଂପୃକ୍ତ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details