ଓଡିଶା

odisha

ETV Bharat / state

ବାଲି ଚୋରା ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନ ପଦକ୍ଷେପ ପାଇଁ ଦାବି - sand smuggling

ବଲାଙ୍ଗୀର ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଗ୍ରାମ ନଦୀ ପଠାରୁ ଦୀର୍ଘ ଦିନ ହେବ ବାଲି ମାଫିଆ ସକ୍ରିୟ ହୋଇ ଅବାଧରେ ବାଲି ଚୋରାଚାଲାଣ କରି ଆସୁଛନ୍ତି। ଯାହାକୁ ଗ୍ରାମବାସୀଙ୍କ ଦ୍ବାରା ବିରୋଧ କରାଯାଇଛି।

ବାଲି ଚୋରା ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ
ବାଲି ଚୋରା ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

By

Published : Jul 11, 2020, 2:30 PM IST

Updated : Jul 11, 2020, 2:37 PM IST

ବଲାଙ୍ଗୀର: ଜିଲ୍ଲାରେ ବେଆଇନ୍ ବାଲି ଚୋରା ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ। ବଲାଙ୍ଗୀର ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଗ୍ରାମ ନଦୀ ପଠା ରୁ ଦୀର୍ଘ ଦିନ ହେବ ବାଲି ମାଫିଆ ସକ୍ରିୟ ହୋଇ ଅବାଧରେ ବାଲି ଚୋରାଚାଲାଣ କରି ଆସୁଛନ୍ତି।

ଯାହାକୁ ନେଇ ଗ୍ରାମବାସୀ ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ନିଜେ ଗ୍ରାମବାସୀ ଏନେଇ ପଦକ୍ଷେପ ନେଇଛନ୍ତି ।

ବାଲି ଚୋରା ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନ ପଦକ୍ଷେପ ପାଇଁ ଦାବି

ଏହାସହ ନଦୀ ପଠା ରେ ବାଲି ଚୋରି କରୁଥିବା ବେଳେ ଜେସିବି, ଟ୍ରାକ୍ଟର ଓ ଗୋଟିଏ ଡମ୍ଫର ଟ୍ରାକ୍ଟରକୁ ଅଟକ ରଖି ସ୍ଥାନୀୟ ବଙ୍ଗୋମୁଣ୍ଡା ତହସିଲ ଦାରଙ୍କୁ ଜଣାଇଥିଲେ। ଏବଂ ଆଗକୁ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନର ଧମକ ଦେଇଛନ୍ତି।

ସେପଟେ ତହସିଲଦାର୍ ଚୋରା ବାଲି ଚାଲାଣକୁ ସ୍ବୀକାର କରିବା ସହ ସବୁ ଗାଡ଼ିକୁ ଜବତ କରା ଯାଇଥିବା କହିଛନ୍ତି। ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି ବୋଲି ପ୍ରତିଶୃତି ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Jul 11, 2020, 2:37 PM IST

ABOUT THE AUTHOR

...view details