ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ବନବିଭାଗ କିରାଣୀ - junior cleark

ବଲାଙ୍ଗୀର ତିନି ଜଣ ଚାଷୀଙ୍କୁ ଗଛ କଟା ଅନୁମତି ପାଇଁ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବନ ବିଭାଗ କିରାଣୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କିରାଣୀଙ୍କ ଅଫିସ ସମେତ ବାସଭବନରେ ଏକ କାଳୀନ ଚଢ଼ଉ କରି ତଦନ୍ତ ଜାରି ରହିଥିବାର ଭିଜିଲାନ୍ସ ସୂଚନା ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Jun 28, 2019, 6:24 PM IST

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରା ପଡିଲେ ବନ ବିଭାଗର ଲାଞ୍ଚୁଆ କିରାଣୀ । ଗଛ କଟା ଅନୁମତି ପାଇଁ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କିରାଣୀଙ୍କୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର


ବଲାଙ୍ଗୀର ତିନି ଜଣ ଚାଷୀ ତାଙ୍କ ବିଲରେ ଥିବା ଏକ ଗଛ କାଟିବା ପାଇଁ ବନବିଭାଗ ବଲାଙ୍ଗୀରର ଅନୁମତି ଲୋଡିଥିଲେ । ତେବେ ଏହି ଅନୁମତି ଦେବା ପାଇଁ ବଲାଙ୍ଗୀର ଜିଲ୍ଲା ବନ ବିଭାଗର କନିଷ୍ଠ କିରାଣୀ କବିନ୍ଦ୍ର ଚନ୍ଦ୍ର ଭୋଇ ଚାଷୀଙ୍କଠୁ 15 ହଜାର ଲାଞ୍ଚ ମାଗିଥିଲେ । ଟଙ୍କା ଦେଲେ ଏହି ଅନୁମତି କରାଇଦେବେ ବୋଲି କହିବା ସହ ସମସ୍ତଙ୍କୁ ବିଭିନ୍ନ ବାହାନାରେ କିରାଣୀ ହଇରାଣ କରିଥିବା ଅଭିଯୋଗ କାରୀ ପୁରୁଷୋତ୍ତମ ବେହେରା କହିଛନ୍ତି ।

ଘଟଣାକୁ ନେଇ ଚାଷୀ ପୁରୁଷୋତ୍ତମ ବେହେରା ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଯୋଜନାବଦ୍ଧ ଭାବରେ ଟଙ୍କା ନେବା ବେଳେ କନିଷ୍ଠ କିରାଣୀଙ୍କୁ ଗିରଫ କରିଛନ୍ତି । ଅଫିସ ସମେତ ବାସଭବନରେ ଏକକାଳୀନ ଚଢ଼ଉ କରି ତଦନ୍ତ ଜାରି ରହିଥିବାର ଭିଜିଲାନ୍ସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details